ରାଜ୍ୟରେ ଦୈନିକ ସାଢ଼େ ୬ହଜାର କୋଭିଡ୍‌ ପରୀକ୍ଷା ଲକ୍ଷ୍ୟ

ଦେଶରେ କୋଭିଡ୍‌ ଟେଷ୍ଟ୍‌ ୧୦ କୋଟି ଟପିଲା

Innovation Origins

ଭୁବନେଶ୍ବର : ରାଜ୍ୟରେ ଏବେ ଦିନକୁ ସାଢ଼େ ୬ହଜାର କୋଭିଡ୍‌ ପରୀକ୍ଷା କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମ୍‌ଆର ପକ୍ଷରୁ ରାଜ୍ୟମାନଙ୍କୁ କୋଭିଡ୍‌ ପରୀକ୍ଷା ବଢ଼ାଇବାକୁ ଚିଠି ଲେଖିବା ପରେ ରାଜ୍ୟ ସରକାର ଅଧିକ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟରେ ଏ ପର୍ଯ୍ୟନ୍ତ ସମୁଦାୟ ୧୨ଟି କୋଭିଡ୍‌ ଲାବ୍‌କୁ ଆଇସିଏମ୍‌ଆର ପକ୍ଷରୁ ମଞ୍ଜୁରୀ ମିଳିଛି। ଏଥିରେ ୧୬ଟି ସରକାରୀ ଓ ୬ଟି ବେସରକାରୀ ପରୀକ୍ଷାଗାର ରହିଛନ୍ତି। ଏହାବାଦ୍ ପୁରୀ, କେନ୍ଦୁଝର, ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡିରେ କୋଭିଡ୍‌ ପରୀକ୍ଷା ପାଇଁ ମେସିନ୍ ଦିଆଯିବ। ଏହାସହ ଏସ୍‌ସିବି ଓ ଭିମ୍‌ସାରକୁ ଅତିରିକ୍ତ ଗୋଟିଏ ଲେଖାଏ ଆରଟି-ପିସିଆର ମେସିନ୍ ଯୋଗାଣ ହେବ ବୋଲି ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ତେବେ ଜିଲ୍ଲା ଓ କୋଭିଡ୍‌ ଲାବ୍ ଭିତରେ ସମନ୍ବୟ ରକ୍ଷା କରିବା ଲାଗି କିଛି ଲାବ୍‌କୁ ଜିଲ୍ଲାମାନଙ୍କ ସହିତ ଯୋଡ଼ି ଦିଆଯିବ। ଫଳରେ ସେସବୁ ଜିଲ୍ଲାରୁ ସଂଗୃହୀତ କୋଭିଡ୍‌ ନମୁନା ସଂପୃକ୍ତ ପରୀକ୍ଷାଗାରରେ ପରୀକ୍ଷା ହେବ।

ରାଜ୍ୟରେ ଏବେ ଘରକୁ ଘର ବୁଲି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଯାହାଫଳରେ କୋଭିଡ୍‌ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ଜୁନ୍ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ବେକ୍ଷଣ ଚଳିତମାସ ଶେଷ ଯାଏ ଚାଲିବ। ତେଣୁ ଏହି ସମୟରେ କୋଭିଡ୍‌ ପରୀକ୍ଷାକୁ ବଢ଼ାଇବା ଲାଗି ନୂଆ ମେସିନ୍‌ ବସାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe