ଗତ ୨୪ଘଣ୍ଟାରେ ରାଜ୍ୟରେ ୫୮,୮୧୩ ନମୁନା ପରୀକ୍ଷା

ଗତ ୨୪ଘଣ୍ଟାରେ ରାଜ୍ୟରେ ୫୮,୮୧୩ ନମୁନା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮ ହଜାର ୮୧୩ଟି କରୋନା ନମୁନା ପରୀକ୍ଷା ହୋଇଛି। ତେବେ ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଆରଟିପିସିଆରରେ ୮୬୭୮ଟି, ଆଣ୍ଟିଜେନରେ ୫୦,୦୧୩ଟି ଏବଂ ଟ୍ରୁନଟ ପଦ୍ଧତିରେ ୧୨୨ଟି କରୋନା ପରୀକ୍ଷା କରାଯାଇଛି।

Gemeente Hillegom: Nieuwsbericht Gemeente Hillegom: Nieuwsbericht

ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସର୍ବାଧିକ ୧୧,୩୪୩ଟି କରୋନା ନମୁନା ପରୀକ୍ଷା ହୋଇଛି। ତା’ତଳକୁ କେନ୍ଦୁଝର ଜିଲ୍ଲାରେ ୭୮୦୭ଟି , କେନ୍ଦୁଝର ଜିଲ୍ଲାରେ ୭୧୭୭ଟି, ମୟୁରଭଞ୍ଜ ଜିଲ୍ଲାରେ ୭୦୧୬ଟି, ସୁନ୍ଦରଗଡ଼ ଜିଲ୍ଲାରେ ୨୫୮୪ଟି ଏବଂ ସମ୍ବଲପୁରରେ ଜିଲ୍ଲାରେ ୧୩୮୦ଟି  କରୋନା ନମୁନା ପରୀକ୍ଷା ହୋଇଥିବାର ଜଣାଯାଇଛି। ପୂର୍ବ ଅପେକ୍ଷା ଏବେ କରୋନା ପରୀକ୍ଷା ହାରକୁ ବଢ଼ାଇ ଦିଆଯାଇଛି। କରୋନାକୁ ଚିହ୍ନି, ତାହାର ତୁରନ୍ତ ଚିକିତ୍ସା ପାଇଁ ପରୀକ୍ଷା ହାରକୁ ବଢ଼ାଇଛନ୍ତି ଓଡ଼ିଶା ସରକାର। ଗତକାଲି ରାଜ୍ୟରେ ୩୬୮୨ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା, ଯାହା ମୋଟ ଆକ୍ରାନ୍ତ ସଂଖ୍ୟାକୁ ୯୪,୬୬୮କୁ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe