ସମ୍ବଲପୁର ଜିଲ୍ଲାରେ ବଦଳିଲା କୋଭିଡ୍‌ ପରୀକ୍ଷା ନିୟମ : ଭିମସାର୍‌ ଉପରେ ଚାପ, କଟକ ଯାଉଛି ନମୁନା

ନିୟନ୍ତ୍ରଣରେ ଭିମସାର୍‌ ସଂକ୍ରମଣ

Get My University

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ବଦଳିଲା କୋଭିଡ୍‌ ପରୀକ୍ଷା ନିୟମ। ଏଣିକି ଏକ ପ୍ରାଥମିକତା ତାଲିକା ଭିତ୍ତିରେ ଜିଲ୍ଲାରେ କୋଭିଡ୍ ନମୁନା ପରୀକ୍ଷା କରାଯିବ। ସ୍ବାସ୍ଥ୍ୟ କମିଟି ଦ୍ବାରା ଏହି ପ୍ରାଥମିକତା ତାଲିକା ପ୍ରସ୍ତୁତ କରାଯିବ। ତେବେ ପ୍ରାଥମିକତା ତାଲିକାରେ ନଥାଇ ଯଦି କେହି ନିଜର ଲକ୍ଷଣ ଥିବା ବା ଅସୁସ୍ଥ ଅନୁଭବ କରେ ତାହେଲେ ନିଜ ଅଞ୍ଚଳର ମେଡିକାଲ୍ ଅଫିସର୍‌ଙ୍କୁ ପରୀକ୍ଷା ପାଇଁ କହି ପାରିବ ବା ନିୟନ୍ତ୍ରଣ କକ୍ଷକୁ ଫୋନ୍‌ ଯୋଗେ ଜଣାଇ ପାରିବ। ରବିବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଜିଲ୍ଲାରେ ନମୁନା ପରୀକ୍ଷଣ ସଂଖ୍ୟା ଆହୁରି ବୃଦ୍ଧି କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।

publive-image Innovation Origins

ଅପରପକ୍ଷରେ ଜିଲ୍ଲାରୁ ସଂଗୃହୀତ ସମସ୍ତ ନମୁନା ଭିମସାର୍‌ସ୍ଥିତ କୋଭିଡ୍ ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା ହୋଇପାରୁନାହିଁ। ତେଣୁ ବହୁ ସଂଖ୍ୟାରେ ନମୁନା ପରୀକ୍ଷା ପାଇଁ କଟକ ପଠାଯାଇଛି। ଏହା ସତ୍ତ୍ବେ ଶନିବାର ସୁଦ୍ଧା ଭିମସାର୍‌ ପରୀକ୍ଷା କେନ୍ଦ୍ରରେ ୫୨୫ ନମୁନା ବକେୟା ଥିବା ଜଣା ପଡ଼ିଛି। ସେହିପରି କଟକରେ ମଧ୍ୟ କିଛି ନମୁନା ବକେୟା ରହିଛି। ତେଣୁ ପରୀକ୍ଷା ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ପ୍ରାୟ ୧ ସପ୍ତାହ ତଳେ ଭିମ୍‌ସାର ଲ୍ୟାବ୍‌ରେ ୨ ହଜାରରୁ ଅଧିକ ନମୁନା ପରୀକ୍ଷଣ ନହୋଇ ପଡ଼ି ରହିଥିଲା। ଫଳରେ ଏହା ଉପରେ ଜିଲ୍ଲା ପ୍ରଶାସନ ଓ ଭିମ୍‌ସାର କର୍ତ୍ତୃପକ୍ଷ ଆଲୋଚନା କରି ପଡ଼ି ରହିଥିବା ନମୁନା ପରୀକ୍ଷଣ ନହେବା ଯାଏ ନୂତନ ନମୁନା ନ ପଠାଇବାକୁ ସ୍ଥିର କରିଥିଲେ। ଏହା ପରଠାରୁ ସମ୍ବଲପୁରର ସମସ୍ତ ନମୁନା ପରୀକ୍ଷଣ ପାଇଁ କଟକ ପଠା ଯାଉଥିଲା। ତେବେ ଜରୁରୀ ସ୍ଥିତିରେ ଟ୍ରୁନେଟ୍‌ ମେସିନ୍‌ରେ ‌ରୋଗୀଙ୍କର ନମୁନା କେବଳ ପରୀକ୍ଷା କରାଯାଉଛି।

ଭିମ୍‌ସାର କୋଭିଡ୍ ଲ୍ୟାବ୍‌ରେ ଦୈନିକ ପ୍ରାୟ ୩୫୦ଟି ଆଣ୍ଟିଜେନ୍‌ ପରୀକ୍ଷା ହେଉଛି। ୪୦ରୁ ୫୦ ସ୍ବାବ୍‌ ନମୁନା ଟ୍ରୁନେଟ୍‌ରେ ପରୀକ୍ଷା କରାଯାଉଛି। ଏହାବାଦ୍‌ ଆର୍‌ଟି ପିସିଆର୍‌ ମେସିନ୍‌ରେ ଦୈନିକ ୪୦ ଜଣ କର୍ମଚାରୀ ୩ଟି ସିଫ୍ଟରେ ୧୬୦ରୁ ୨୦୦ଟି ନମୁନା ପରୀକ୍ଷା କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଥରକେ ୯୨ଟି ନମୂନା ପରୀକ୍ଷଣ ହେବା ଭଳି ଏକ ଆର୍‌ଟିପିସିଆର୍‌ ମେସିନ୍‌ ଆସି ଭିମ୍‌ସାରରେ ପହଞ୍ଚିଛି। ଏଥି ପାଇଁ ଆବଶ୍ୟକ ଅନ୍ୟ ୨ଟି ଉପକରଣ ଆସି ନଥିବାରୁ ଉକ୍ତ ମେସିନ୍‌ ଅଦ୍ୟାବଧି ଇନ୍‌ଷ୍ଟଲ୍‌ ହୋଇ ନାହିଁ। ଉକ୍ତ ମେସିନ୍‌ଟି କାର୍ଯ୍ୟକ୍ଷମ ହେଲେ କୋଭିଡ୍‌ ଲ୍ୟାବ୍‌ର ଚାପ କମିବ ଓ ଦିନକୁ ଅଧିକ ୨୦୦ ନମୁନା ପରୀକ୍ଷଣ ହୋଇପାରିବ ବୋଲି ଭିମ୍‌ସାର ପକ୍ଷରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe