ବାରିପଦାରେ ଆରମ୍ଭ ହେଲା କୋଭିଡ୍‌ ପରୀକ୍ଷା

Advertisment

ଦୈନିକ ଶହେ ନମୁନା ପରୀକ୍ଷା ନେଇ ପ୍ରସ୍ତୁତି, ଆଗକୁ ଅଢ଼େଇ ଶହ ପର୍ଯ୍ୟନ୍ତ ବଢ଼ିପାରେ

ଦୈନିକ ଶହେ ନମୁନା ପରୀକ୍ଷା ନେଇ ପ୍ରସ୍ତୁତି, ଆଗକୁ ଅଢ଼େଇ ଶହ ପର୍ଯ୍ୟନ୍ତ ବଢ଼ିପାରେ

ଭାରତରେ କରୋନାର ୨ୟ ଲହର ପାଇଁ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ଦାୟୀ କଲା ଶିବସେନା

The Scientist Magazine

ବାରିପଦା/ବାଲେଶ୍ବର : ମୟୂରଭଞ୍ଜ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି କରୋନା ପରୀକ୍ଷା। ବାରିପଦା ରଙ୍ଗାମାଟିଆସ୍ଥିତ ପିଆର୍‌ଏମ ମେଡିକାଲ କଲେଜ୍‌ ଏଣ୍ଡ ହସ୍‌ପିଟାଲରେ କରୋନା ପରୀକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ବାଜ। ଆଗାମୀ କିଛି ଦିନ ମୟୂରଭଞ୍ଜ ପାଇଁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କର ରହିଛି। ଏହିଭଳି ଅବସ୍ଥାରେ ଜିଲ୍ଲାରେ କରୋନା ଟେଷ୍ଟିଂ ସୁବିଧା ବେଶ୍‌ ଫଳପ୍ରଦ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ଭରଦ୍ବାଜ। ସେହିଭଳି ଆଜି ରାତି ସୁଦ୍ଧା ବାଲେଶ୍ବରଠାରେ ପରୀକ୍ଷା ସୁବିଧା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଜର୍ମାନୀରୁ ଅଣା ଯାଇଥିବା ଟ୍ରୁନଟ୍‌ ଓ ଆର୍‌ଟି-ପିସିଆର୍‌ ଭଳି ଦୁଇଟି ମେସିନ୍‌ ସହାୟତାରେ ଏହି ପରୀକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଛି। ଆରମ୍ଭରୁ ଦୈନିକ ୧୦୦ ପର୍ଯ୍ୟନ୍ତ ନମୁନା ପରୀକ୍ଷା କରାଯାଇ ପାରିବ। ମାତ୍ର କିଛି ସପ୍ତାହ ‌ମଧ୍ୟରେ ଏହି କ୍ଷମତା ଦୈନିକ ୨ଶହରୁ ଅଢ଼େଇ ଶହକୁ ବୃଦ୍ଧି ପାଇବ ବୋଲି ପିଆର୍‌ଏମ୍‌ର ମାଇକ୍ରୋ ବାୟୋଲୋଜି ବିଭାଗ ମୁଖ୍ୟ ଡ. ପ୍ରୀତିଲତା ପଣ୍ଡା ସୂଚନା ଦେଇଛନ୍ତି। ଡ. ପଣ୍ଡାଙ୍କ ନେତୃତ୍ବରେ ୨ଜଣ ମାଇକ୍ରୋ ବାୟୋଲୋଜିଷ୍ଟ ଏବଂ ୧୧ଜଣ ଟେକ୍ନିସିଆନ୍‌ ଏଥିପାଇଁ ନିୟୋଜିତ ଅଛନ୍ତି।

ଏହାପୂର୍ବରୁ ଜିଲ୍ଲାରୁ ନମୁନାଗୁଡ଼ିକ ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମ୍‌ଆରସି ଏବଂ ପରେ ଏସ୍‌ସିବିକୁ ପଠାଯାଉଥିଲା। ସ୍ୱାବଗୁଡ଼ିକର ରିପୋର୍ଟ ପାଇଁ ୩/୪ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ଏବେ ଗୋଟାଏ ଦିନରେ ରିପୋର୍ଟ ମିଳିପାରିବ। ଆଜିର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜଙ୍କ ସମେତ ପିଆରଏମ୍ ମେଡିକାଲ କଲେଜ ଓ ହସ୍‌ପି‌ଟାଲର ଅଧୀକ୍ଷକ ଡ. ବୈକୁଣ୍ଠ ନାଥ ମହାପାତ୍ର, ଡିନ୍‌ ଡ. ରମାରମଣ ମହାନ୍ତି, ମାଇକ୍ରୋବାୟୋଲୋଜି ବିଭାଗୀୟ ମୁଖ୍ୟ ଡ. ପ୍ରୀତିଲତା ପଣ୍ଡା, ସିଡିଏମ୍‌ଓ ଡ. ରୂପଭାନୁ ମହାନ୍ତି, ଏଡିଏମ(କୋଭିଡ୍‌) ବିବେକାନନ୍ଦ ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତର, ଟେକ୍ନିସିଆନ୍‌ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe