୨୪ ଘଣ୍ଟା ଭିତରେ ୬୦ ହଜାର ୯୦୯ କରୋନା ନମୁନା ପରୀକ୍ଷା

Advertisment
ଆଇଆଇଟିର ଶସ୍ତା କୋଭିଡ୍‌ ପରୀକ୍ଷଣ ପ୍ରକ୍ରିୟାକୁ ସବୁଜ ସଂକେତ

image source--the week

ଭୁବନେଶ୍ୱର : ଓଡ଼ିଶାରେ ଆଜି ଗୋଟିଏ ଦିନରେ ୬୦ ହଜାର ଟପିଛି କରୋନା ନମୁନା ପରୀକ୍ଷା। ଗୋଟିଏ ଦିନରେ ୬୦ ହଜାର ୯୦୯ କରୋନା ନମୁନା ପରୀକ୍ଷା କରାଯାଇଛି। ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ତାଙ୍କର ସୂଚନା ଅନୁଯାୟୀ, ଏଥିମଧ୍ୟରୁ ୫୩,୨୯୫ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଛି । ୭,୪୯୦ଟି ଆରଟିପିସିଆର୍ ଓ ୧୨୪ ଟି ଟ୍ରୁନଟ୍‌ ଟେଷ୍ଟ ପରୀକ୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୯ ହଜାର ୨୧୯ କରୋନା ନମୁନା ପରୀକ୍ଷା କରାଯାଇଛି। ଏହାଛଡ଼ା ଗଞ୍ଜାମରେ ୮ହଜାର ୬୪୪ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୮ହଜାର,୮୬୪ ନମୁନା ପରୀକ୍ଷା ହୋଇଛି ।

ସୂଚନାଯୋଗ୍ୟ, ପୂର୍ବ ଦିନ ରାଜ୍ୟରେ ସର୍ବାଧିକ ସଂଖ୍ୟକ କୋଭିଡ୍‌ ନମୁନା ପରୀକ୍ଷା ‌ହୋଇଥିଲା। ୬୧ହଜାର ୧୬୬ ରାପିଡ୍‌ ଆଣ୍ଟିଜେନ୍ ଓ ୭୫୮୫ ଆରଟି-ପିସିଆର ନମୁନାକୁ ମିଶାଇ ୬୮୯୦୬ ନମୁନା ପରୀକ୍ଷା କରାଯାଇଥିଲା। ଏଥିରେ ଗଞ୍ଜାମରେ ସର୍ବାଧିକ ୮୫୫୯ ନମୁନା ପରୀକ୍ଷା ହୋଇଥିଲା। ଯାହାଫଳରେ ଗତ ୨୪ଘଣ୍ଟାରେ ରାଜ୍ୟରେ ‌ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର) ୪.୩୪ ପ୍ରତିଶତକୁ ଖସି ଆସିଥିଲା।

ଉଲ୍ଲେଖଯୋଗ୍ୟ, କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ ୧୨ଲକ୍ଷ ଟପିଯାଇଛି। ଲଗାତାର ତିନି ଦିନ ଧରି ରାଜ୍ୟରେ ୬୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ଏହା ସମ୍ଭବପର ହୋଇଛି।

ଏଣେ ରାଜ୍ୟର ଏକାଧିକ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ୧୯ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe