ଓଡ଼ିଶାରେ ଗତ ୨୪ ଘଣ୍ଟା ଭିତରେ ୫୯,୪୯୨ଟି ନମୁନା ପରୀକ୍ଷା

ଓଡ଼ିଶାରେ ଗତ ୨୪ ଘଣ୍ଟା ଭିତରେ ୫୯,୪୯୨ଟି ନମୁନା ପରୀକ୍ଷା

image source--medcitynews

ଭୁବନେଶ୍ୱର: ରାଜ୍ୟରେ କରୋନା ପାଇଁ ଗତ ୨୪ ଘଣ୍ଟା ଭିତରେ ୫୯,୪୯୨ଟି ନମୁନା ପରୀକ୍ଷା ହୋଇଛି । ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ୫୨ ହଜାର ୧୯୫ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଛି । ଅପରପକ୍ଷରେ ୭ ହଜାର ୧୭୨ଟି ଆରଟିପିସିଆର୍ ଓ ୧୨୫ ଜଣଙ୍କର ଟ୍ରୁନଟ୍‌ ଟେଷ୍ଟ ହୋଇଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୨ହଜାର ୯୨୮, ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୧୧,୩୧୫ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ତୃତୀୟ ସର୍ବାଧିକ ୬୪୬୨ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏହାଛଡ଼ା ମୟୂରଭଞ୍ଜ ଜିଲ୍ଲାରେ ୩,୮୦୧ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୫୩୫ଟି ନମୁନା ପରୀକ୍ଷା ହୋଇଛି ।
ପୂର୍ବ ଅପେକ୍ଷା ଏବେ କରୋନା ପରୀକ୍ଷା ହାରକୁ ବଢ଼ାଇ ଦିଆଯାଇଛି। କରୋନାକୁ ଚିହ୍ନି, ତାହାର ତୁରନ୍ତ ଚିକିତ୍ସା ପାଇଁ ପରୀକ୍ଷା ହାରକୁ ବଢ଼ାଇଛନ୍ତି ଓଡ଼ିଶା ସରକାର। ଗତ କିଛି ଦିନ ହେବ ରାଜ୍ୟ ସରକାର ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରିବା ଲାଗି ବ୍ୟବସ୍ଥା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe