image source-new indianl express
ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ପରିଲକ୍ଷିତ ହୋଇଥିବା ବେଳେ ପୁଣି ୫୦ ହଜାର ଟପିଲା କୋଭିଡ୍ ନମୁନା ପରୀକ୍ଷା। ରାଜ୍ୟରେ ଗତ ୨୪ଘଣ୍ଟାରେ ୫୧,୮୨୪ କରୋନା ନମୁନା ପରୀକ୍ଷା କରାଯାଇଛି । ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନରେ ୪୨,୩୬୬, ଆରଟିପିସିଆରରେ ୯,୩୫୨, ଟ୍ରୁନଟରେ ୧୦୬ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ କରୋନା ନମୁନା ପରୀକ୍ଷା ୪୩ ହଜାରକୁ ଖସି ଆସିଥିଲା। ମାତ୍ର ଗତ ୧୫ ତାରିଖରେ ୫୧,୩୨୦ ପରୀକ୍ଷା ହୋଇଥିଲା। ଏଥିରେ ୯ହଜାରରୁ ଅଧିକ ଆର୍ଟି-ପିସିଆର ପରୀକ୍ଷା କରାଯାଇଥିଲା।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କୋଭିଡ୍ ନମୁନା ପରୀକ୍ଷା ସଂଖ୍ୟା କମିବାରେ ଲାଗିଛି। ଅଗଷ୍ଟ ୨୨ତାରିଖରେ ରାଜ୍ୟରେ ସର୍ବାଧିକ ୬୮,୯୦୬ ନମୁନା ପରୀକ୍ଷା ହୋଇଥିବା ବେଳେ ସେପ୍ଟେମ୍ବର ମାସରେ ଅଧିକାଂଶ ଦିନ ଏହା ୪୦ ହଜାରକୁ ଖସି ଆସିଛି। ଦେଶର ୬ଟି ସର୍ବାଧିକ ଦୈନିକ ସଂକ୍ରମିତ ରାଜ୍ୟ ଭିତରେ ଓଡ଼ିଶା ରହିଛି। ଅଗଷ୍ଟ ମାସ ଆରମ୍ଭରୁ ରାଜ୍ୟରେ ଦୈନିକ ମାତ୍ର ୧୦ ହଜାର ନମୁନା ପରୀକ୍ଷା ହେଉଥିବା ବେଳେ ମାସ ମଝିରେ ଏହା ଦୈନିକ ୫୦ ହଜାରକୁ ବୃଦ୍ଧି ପାଇଥିଲା। କେବଳ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି ହୋଇ ନ ଥିଲା ବିଶେଷକରି କରୋନା ପାଇଁ ଉଚ୍ଚତମ ନମୁନା ପରୀକ୍ଷା ଭାବେ ବିବେଚିତ ହେଉଥିବା ଆରଟି-ପିସିଆର ପରୀକ୍ଷାରେ ମଧ୍ୟ ବୃଦ୍ଧି ହୋଇଥିଲା।
Follow Us