ଚାରିଛକ : ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜିଠାରୁ କରୋନା ଟୀକାକରଣ କୋଭିସିଲ୍ଡ ବୁଷ୍ଟର୍ ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି। ଚୀନ ସମେତ ଏକାଧିକ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଓଡ଼ିଶାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ରହିଥିଲେ ମଧ୍ୟ ଭବିଷ୍ୟତରେ ଏହା ବ୍ୟାପିବାର ଆଶଙ୍କା ଥିବାରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଏହି ଅଭିଯାନରେ କେବଳ ୧୮ ବର୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ପାଇଁ କୋଭିସିଲ୍ଡ ଟିକା ବୁଷ୍ଟର୍ ଡୋଜ୍ ଆରମ୍ଭ ହୋଇଛି।
ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ନିମାପଡ଼ା, ରେଞ୍ଚ ଓ ବଳଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଥିବା ନେଇ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ପ୍ରଶାନ୍ତ କୁମାର ସାମନ୍ତରାୟ ସୂଚନା ଦେଇଛନ୍ତି। ତେବେ ଆଜି ପ୍ରଥମ ଦିନରେ ସଚେତନତା ଓ ସୂଚନା ଅଭାବରୁ ସ୍ବାସ୍ଥ୍ୟକେନ୍ଦ୍ରକୁ କାଁଭାଁ ଟିକାନେବା ପାଇଁ ଲୋକ ଆସୁଥିବା ଦେଖିବାକୁ ମିଳିଥିଲା। ଟିକାକରଣ କାର୍ଯ୍ୟକ୍ରମରେ ବିପିଏମ୍ ଆଶୁତୋଷ ମହାପାତ୍ର, ବିଏଡି ରବିନାରାୟଣ ନନ୍ଦ, ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସଂଯୁକ୍ତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
Follow Us