୬୦ ବର୍ଷରୁ ବୟସ୍କ କଏଦୀଙ୍କୁ ଦିଆଯିବ କୋଭିଡ ଟିକା

ଜିଲ୍ଲାପାଳ, ମହାନଗର ନିଗମ କମିସନର, ସିଡିଏମ୍‌ଓଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

କୋଭିଡ଼ ଟିକା ସଂପର୍କିତ ଶୁଣାକଥା ବନାମ ବାସ୍ତବତା

shethepeople.tv

ଭୁବନେଶ୍ବର : ରାଜ୍ୟର ସବୁ ଜେଲ୍‌ରେ ୬୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସର କଏଦୀଙ୍କୁ କୋଭିଡ ଟିକା ଦିଆଯିବ। ଏ ନେଇ ଆବଶ୍ୟକ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନର, ଜିଲ୍ଲା ସିଡିଏମଓଙ୍କୁ ଆଜି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ଜଣାଇଛନ୍ତି। ଏହାସହିତ ୪୫ ବର୍ଷରୁ ୫୯ ବର୍ଷ ବୟସ କଏଦୀ ଯେଉଁମାନେ ଏକାଧିକ ରୋଗରେ ପୀଡ଼ିତ ସେମାନଙ୍କୁ କୋଭିଡ ଟିକା ଦିଆଯିବ। ଏଥିପାଇଁ ଜିଲ୍ଲାରେ ଥିବା ଏସ୍‌ପି ଓ ଜେଲ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି ଟିକାକରଣ କାର୍ଯ୍ୟକ୍ରମ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ କରାଯିବ କିମ୍ବା ଜେଲ୍‌ ପରିସରରେ ଟିକା ଦାନ କେନ୍ଦ୍ର ଖୋଲାଯାଇ ସ୍ବାସ୍ଥ୍ୟ କର୍ମୀମାନେ ଟିକା ପ୍ରଦାନ କରିବେ। ଟିକା ଦାନ ବେଳେ ଜଣେ ଏମ୍‌ବିବିଏସ୍‌ ଡାକ୍ତର ଉପସ୍ଥିତ ରହିବେ। ଟିକା ନେଇସାରିବା ପରେ ଯଦି କୌଣସି କଏଦୀଙ୍କ ପାର୍ଶ୍ବ ପ୍ରତିକ୍ରିୟା ଜନିତ ଅସୁବିଧା ହୁଏ, ତାହେଲେ ସେଠାରେ ତାଙ୍କୁ ତୁରନ୍ତ ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe