ଖଡ଼ିଆଳ : କୋଭିଡ ବ୍ୟକ୍ତିଙ୍କ ଶେଷ କୃତ୍ୟ ସଂପର୍ଣ୍ଣ

Advertisment
ଖଡ଼ିଆଳ : କୋଭିଡ ବ୍ୟକ୍ତିଙ୍କ ଶେଷ କୃତ୍ୟ ସଂପର୍ଣ୍ଣ

ଖଡ଼ିଆଳ : ନୂଆପଡା ଜିଲ୍ଲାର ୨୧ତମ କୋଭିଡି ପଜିଟିଭ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି। ଖଡ଼ିଆଳ ସ୍ଥିତ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ବିଭାଗରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଥିବା ବେଳେ ଗତକାଲି ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳୀ ଚରଣ ବେହେରା ପ୍ରକାଶ କରିଛନ୍ତି। କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଘରୋଇ ସଂଘରୋଧରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ଗତକାଲି ସଂନ୍ଧ୍ୟାରେ ମୃତ୍ୟୁ ହୋଇଛି।

ଖଡ଼ିଆଳ ନୂତନ ଇନ୍ଦ୍ର କଲୋନୀର ତାଙ୍କ ସରକାରୀ ବାସ ଭବନରେ ମୃତ୍ୟୁ ହୋଇଥଲା। ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟଙ୍କୁ ଡ଼କାଯାଇଥିଲା। ତାଙ୍କ ସମ୍ପର୍କୀୟଙ୍କ ଉପସ୍ଥିତିରେ ଆଜି ଖଡ଼ିଆଳ ଵିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ତାଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହୋଇଅଛି। ଶବ ବ୍ୟବଚ୍ଛେଦ ପରେ ପରିବାର ସମ୍ମୁଖରେ ଶେଷ କୃତ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା । ଏନଏସିର ସମସ୍ତ କର୍ମଚାରୀଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସନୀୟର ପାତ୍ର ହୋଇଛନ୍ତି । ଏଥିରେ ସମସ୍ତ ପୁଲିସ କର୍ମଚାରୀ, ମେଡିକାଲ କର୍ମଚାରୀ ଓ ଏନଏସି କର୍ମଚାରୀ କୋଭିଡ ନିୟମ ମୁତାବକ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe