ସଚିବଙ୍କ ଗସ୍ତ ସମୟରେ କୋଭିଡ୍‌ ଯୋଦ୍ଧାଙ୍କ ନାରାବାଜି, ‘ପଇସା ନିଅ, ସ୍ଥାୟୀ ଚାକିରି ଦିଅ’

Advertisment
ସଚିବଙ୍କ ଗସ୍ତ ସମୟରେ କୋଭିଡ୍‌ ଯୋଦ୍ଧାଙ୍କ ନାରାବାଜି, ‘ପଇସା ନିଅ, ସ୍ଥାୟୀ ଚାକିରି ଦିଅ’

ବଲାଙ୍ଗୀର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ ‘୫ଟି’ ଭି.କେ. ପାଣ୍ଡିଆନ ଓ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ଗସ୍ତ ସମୟରେ ବିବିଏମ୍‌ସିଏଚ୍‌ଠାରେ କୋଭିଡ ଯୋଦ୍ଧା ତଥା ନର୍ସିଂ ଓ ପାରା ମେଡିକାଲ କର୍ମଚାରୀମାନେ ନାରାବାଜି ଓ ସ୍ଲୋଗାନ ଦେଇଥିଲେ। ‘ଟଙ୍କା ନିଅ, ଚାକିରି ଦିଅ। ୟୁଜ୍‌ ଆଣ୍ଡ ଥ୍ରୋ ପଲିସି ଚଳିବ ନାହିଁ। ଆମକୁ ସ୍ଥାୟୀ ଚାକିରି ଅଗ୍ରାଧିକାର ଭିତ୍ତିରେ ଦିଆଯାଉ’ ବୋଲି ନାରବାଜି ଦେଇଥିଲେ। ଏକ ଦାବିପତ୍ର ମଧ୍ୟ ଟିମ୍‌ରେ ଆସିଥିବା ସଚିବଙ୍କୁ ପ୍ରଦାନ କରିଥିଲେ।

ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା। ସ୍ଲୋଗାନ ଦେଇଥିବା ଆନ୍ଦୋଳନକାରୀ କହିଛନ୍ତି, ପ୍ରଥମ ଲହର କୋଭିଡ ସମୟରେ ନିଯୁକ୍ତି ଦିଆଯାଇଥିଲା। ପରେ ଛଟେଇ କରାଗଲା। ଦ୍ୱିତୀୟ ଲହର ସମୟରେ ପୁଣି ନିଯୁକ୍ତି ଦିଆଗଲା। ଏବେ ପୁଣି ଛଟେଇ କରାଯାଉଛି। ଯାହା ପଦବି ବାହାରିଲେ ବି କୋଭିଡ ସମୟରେ ଲୋକଙ୍କ ଜୀବନ ବଂଚାଇଥିବା ଆମମାନଙ୍କୁ ଚାକିରିରୁ ବାଦ୍‌ ଦିଆଯାଉଛି ବୋଲି ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe