ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୩ ହଜାର ଟପିଲା

Advertisment

୫୯୫ ନୂଆ ଆକ୍ରାନ୍ତ, ସୁସ୍ଥ ହେଲେ ୩୯୦, ପୁଣି ୩ ମୁଣ୍ଡ ଗଡ଼ିଲା, ମୃତକଙ୍କ ସଂଖ୍ୟା ୬୪

୫୯୫ ନୂଆ ଆକ୍ରାନ୍ତ, ସୁସ୍ଥ ହେଲେ ୩୯୦, ପୁଣି ୩ ମୁଣ୍ଡ ଗଡ଼ିଲା, ମୃତକଙ୍କ ସଂଖ୍ୟା ୬୪

ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୩ ହଜାର ଟପିଲା

ଭୁବନେଶ୍ବର : ସାରା ଓଡ଼ିଶାକୁ କରୋନା କଲବଲ କଲାଣି। ଗତ ୨୪ ଘଣ୍ଟାରେ ୨୧ଟି ଜିଲ୍ଲାରୁ ୫୯୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ଟପିଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲା ବେଳେ ୨୦୧ ଲୋକାଲ୍‌ କେସ୍‌ ରହିଛି। ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧ ହୋଇଛି। ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୩୯୦ ଜଣଙ୍କ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮୭୫୦ ହୋଇଛି।

ଅପରପକ୍ଷରେ କରୋନା ମୃତ୍ୟୁ ସଂଖ୍ୟା ବି ରାଜ୍ୟରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ କରୋନାରେ ଆଉ ତିନି ଜଣ ମୃତ୍ୟୁବରଣ କରିଛନ୍ତି। ମୃତକ ୩ ଜଣ ପୁରୁଷ ଓ ସେମାନଙ୍କ ଘର ଗଞ୍ଜାମ ଜିଲ୍ଲାରେ। ସେମାନଙ୍କ ମଧ୍ୟରୁ ଜଣେ ୫୬ ବର୍ଷୀୟ ବୃଦ୍ଧ ଅଛନ୍ତି ଓ ସେ ପୂର୍ବ ମଧୁମେହ ରୋଗ‌ରେ ପୀଡ଼ିତ ଥିଲେ। ଆଉ ଜଣେ ମୃତକଙ୍କ ବୟସ ୬୫ ଓ ସେ ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଅନ୍ୟ ଜଣେ ମୃତକ ୫୦ ବର୍ଷୀୟ ବ୍ୟକ୍ତି ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି। ଏହି ତିନି ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି।

publive-image Daily Express

ନୂଆ ୫୯୫ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୩୦ ଜଣ ଅଛନ୍ତି। ଏହା ବାଦ୍‌ ଯାଜପୁରରୁ ୯୭, ଖୋର୍ଦ୍ଧାରୁ ୭୬, କୋରାପୁଟରୁ ୪୪, ମାଲକାନଗିରିରୁ ୩୬, ଗଜପତିରୁ ୨୦, ମୟୂରଭଞ୍ଜରୁ ୧୪, କଟକ, ବାଲେଶ୍ବର ଓ ଭଦ୍ରକରୁ ୧୧ ଲେଖାଏ, ପୁରୀରୁ ୧୦, ସୁନ୍ଦରଗଡ଼ରୁ ୮, ନୟାଗଡ଼ ଓ ଜଗତସିଂହପୁରରୁ ୫ ଲେଖାଏ, କଳହାଣ୍ଡିରୁ ୪, ବରଗଡ଼ ଓ କେନ୍ଦୁଝରରୁ ୩ ଲେଖାଏ, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସମ୍ବଲପୁରରୁ ୨ ଲେଖାଏ ଏବଂ ବଲାଙ୍ଗୀରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୁସ୍ଥ ହୋଇଥିବା ୩୯୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୦୬ ଜଣ ଅଛନ୍ତି। ଏହା ବାଦ୍ କଟକରୁ ୭୧, ମୟୂରଭଞ୍ଜର ଓ ସୁନ୍ଦରଗଡ଼ରୁ ୩୮ ଲେଖାଏ, ଯାଜପୁରରୁ ୨୫, ନବରଙ୍ଗପୁରରୁ ୨୪, ସମ୍ବଲପୁରରୁ ୨୨, ଖୋର୍ଦ୍ଧାରୁ ୧୫, ବାଲେଶ୍ୱରରୁ ୯, ବରଗଡ଼ରୁ ୬, ଅନୁଗୁଳ, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୫ ଲେଖାଏ, ଜଗତସିଂହପୁର ଓ କୋରାପୁଟରୁ ୪‌ ଲେଖାଏ, ଭଦ୍ରକ, ବୌଦ୍ଧ ଓ କେନ୍ଦୁଝରର ୩ ଲେଖାଏ, ନୟାଗଡ଼ ଓ ପୁରୀରୁ ୨ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe