୩୦ ମାର୍ଚ୍ଚରୁ ଲଗାତାର ହେଉଛି ୧୦୦ରୁ ଅଧିକ କୋଭିଡ୍‌ ପରୀକ୍ଷା

Advertisment
ଦେଶରେ କରୋନା ଟେଷ୍ଟିଂ ୨ ମାସରେ ୧୦୦ ଗୁଣ

eenews.india.com

ଭୁବନେଶ୍ବର : ରାଜ୍ୟରେ କେବେଠାରୁ କରୋନା ବା କୋଭିଡ୍‌-୧୯ ପରୀକ୍ଷା ଆରମ୍ଭ ହୋଇଛି ଓ କେଉଁଦିନ କେତେ ପରିମାଣର ପରୀକ୍ଷା କରାଯାଇଛି, ତାହାର ଏକ ବିବରଣୀ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଏଥିରେ ଗତ ଫେବ୍ରୁଆରି ୧ ତାରିଖରୁ କୋଭିଡ୍‌ ନମୁନା ପରୀକ୍ଷା କଥା ଦର୍ଶାଯାଇଥିବା ବେଳେ ଗତମାସ ୩୦ ତାରିଖଠାରୁ ହିଁ ପ୍ରତ୍ୟେକ ଦିନ ୧୦୦ରୁ ଅଧିକ ନମୁନା ପରୀକ୍ଷା ହୋଇଥିବା କୁହାଯାଇଛି।

ତଥ୍ୟ ଅନୁସାରେ, ଫେବ୍ରୁଆରି ୧ ତାରିଖରେ ରାଜ୍ୟରେ ୪ଟି କୋଭିଡ୍‌ ନମୁନା ପରୀକ୍ଷା ହୋଇଥିଲା। ଏହି ମାସବ୍ୟାପୀ କେତେକ ଦିନରେ ମାତ୍ର ଗୋଟିଏ ଲେଖାଏଁ ପରୀକ୍ଷା ହୋଇଛି। ମାର୍ଚ ମାସ ୫ ତାରିଖ ପରଠାରୁ ରାଜ୍ୟରେ ନିୟମିତ ଭାବେ କୋଭିଡ୍‌ ନମୁନା ପରୀକ୍ଷା କରାଯାଉଛି। ମାର୍ଚ ୩୦ ତାରିଖରେ ୧୦୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୩୧ ତାରିଖରେ ୧୩୭ଟି ନମୁନା ପରୀକ୍ଷା ହୋଇଥିଲା। ଚଳିତ ମାସଠାରୁ କୋଭିଡ୍‌ ନମୁନା ପରୀକ୍ଷାରେ ବୃଦ୍ଧି ଘଟିଛି। ୧ ତାରିଖରେ ୨୯୦, ୨ ତାରିଖରେ ୨୧୩, ୩ ତାରିଖରେ ୨୮୨, ୪ ତାରିଖରେ ୩୦୪, ୫ ତାରିଖରେ ୧୮୯, ୬ ତାରିଖରେ ୩୦୨, ୭ ତାରିଖରେ ୨୫୧, ୮ ତାରିଖରେ ୪୦୦ ଓ ଗତକାଲି ୪୦୮ଟି ନମୁନାକୁ ମିଶାଇ ସମୁଦାୟ ୩୨୪୯ ନମୁନା ପରୀକ୍ଷା ହୋଇଛି। ସେହିପରି ରାଜ୍ୟରେ କେଉଁ ତାରିଖରେ କେତେ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ, ତାହାର ମଧ୍ୟ ବିବରଣୀ ରାଜ୍ୟ ସରକାର ଦେଇଛନ୍ତି।

ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ଗତ ମାସ ୧୫ ତାରିଖରେ ଚିହ୍ନଟ ହୋଇଥିଲେ। ଏହାପରେ ୧୯ ତାରିଖରେ ଜଣେ, ୨୬ ତାରିଖରେ ଜଣେ, ୩୧ ତାରିଖରେ ମଧ୍ୟ ଜଣେ ଚିହ୍ନଟ ହୋଇଥିଲେ। ଚଳିତ ମାସ ୧ ତାରିଖରେ ରାଜ୍ୟରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ତାରିଖରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା। ଏହି ଦିନ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାର ଗୋଟିଏ ଦିନ ବାଦ୍ ୫ ତାରିଖରେ ୧୮ଜଣ, ୬ତାରିଖରେ ଜଣେ, ୭ ତାରିଖରେ ୨ଜଣ ଓ ଗତକାଲି ୬ ଜଣ କୋରାନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe