୨୯ରୁ କୋଭିଡ୍‌ ଜନଜାତି ଚଳଚ୍ଚିତ୍ର ପ୍ରଦର୍ଶନୀ ଉତ୍ସବ

Advertisment
୨୯ରୁ କୋଭିଡ୍‌ ଜନଜାତି ଚଳଚ୍ଚିତ୍ର ପ୍ରଦର୍ଶନୀ ଉତ୍ସବ

YouTube

ଭୁବନେଶ୍ବର : ଜେବିଏସ ଓ ଓରିଫାର୍ମିଙ୍ଗ ପକ୍ଷରୁ ୨୯ ଜୁଲାଇରୁ ଆୟୋଜିତ ହେବ କୋଭିଡ୍‌-୧୯ ଅନ୍ତର୍ଜାତୀୟ ଜନଜାତି ଚଳଚ୍ଚିତ୍ର ଉତ୍ସବ। ଏଥିରେ ୪୦ଟି ଦେଶରୁ ୨୦୦ଟି ଫିଲ୍ମ ପ୍ରଦର୍ଶିତ ହେବ। ଅନ୍‌ଲାଇନରେ ଏହା ପ୍ରଦର୍ଶିତ କରାଯିବ। ୨୫ ତାରିଖ ପର୍ଯ୍ୟନ୍ତ ଚଳଚ୍ଚିତ୍ର ଗ୍ରହଣ କରିବାର ଶେଷ ତାରିଖ ରହିଥିବା ବେଳେ ଜୁଲାଇ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଫିଲ୍ମ ପ୍ରଦର୍ଶନ କରାଯିବ। ହେରେ ମେରେନ୍‌ ବୃଙ୍ଗୋ, ରିଚାର୍ଡ, ମଣିରାମ, କ୍ବାତ୍ରାତୁଲ୍‌ହା ଓ ଅନ୍ୟ ବିଚାରକ ମଣ୍ଡଳୀ ଏହି ଫିଲ୍ମଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠ ଫିଲ୍ମ ଚୟନ କରିବେ। ‘କରୋନା ସମୟରେ ଜନଜାତି ସଂସ୍କୃତି ଓ ପ୍ରଥାର ପୁନରୁତ୍ଥାନ ଓ ସ୍ଥିରତା’ ବିଷୟବସ୍ତୁ ଏହି ଚଳଚ୍ଚିତ୍ର ଉତ୍ସବର ବିଷୟବସ୍ତୁ ରହିଛି। ଫିଲ୍ମଗୁଡ଼ିକ ୩ରୁ ୫ମିନିଟ୍‌ ଅବଧିର ହୋଇଥିବା ବେଳେ ତାହା ମୋବାଇଲ୍‌ କିମ୍ବା କ୍ୟାମେରାରେ ସୁଟିଂ ହୋଇଥିବା ଆବଶ୍ୟକ। ଏହି ଅବସରରେ କୃତୀ ପ୍ରତିଯୋଗୀଙ୍କୁ ସ୍ବର୍ଣ୍ଣ ଅଶୋକ, ରୌପ୍ୟ ଅଶୋକ, ତାମ୍ର ଅଶୋକ ପୁରସ୍କାରରେ ପୁରସ୍କୃତ କରାଯିବ। ଅର୍ଥରାଶି ସହ ପ୍ରମାଣପତ୍ର ଦେଇ କୃତୀ ବିଜେତାଙ୍କୁ ସମ୍ବର୍ଧିତ କରାଯିବ ବୋଲି ଉତ୍ସବ ମୁଖ୍ୟ ଜଗନ୍ନାଥ ପାଣି, ନିର୍ଦେଶକ ମହେଶ୍ବର ଭି.ଭି ରାଓ ଓ ବିଭାଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe