ବୌଦ୍ଧ: କୋଭିଡ ଟିକା ଅଭାବ, ୯ ଟିକାଦାନ କେନ୍ଦ୍ର ବନ୍ଦ

Advertisment
ଇଣ୍ଡିଆ ରେଟିଂସ୍‌ ଆକଳନ: ଓଡ଼ିଶା ଉପରେ ଜିଏସ୍‌ଡିପିର ୦.୩୦% ଟିକା ଖର୍ଚ୍ଚ ବୋଝ

rivm.nl

ବୌଦ୍ଧ : କିଛି ଦିନ ଧରି ରାଜ୍ୟର ବିଭିନ୍ନ କୋଭିଡ ଟିକାଦାନ କେନ୍ଦ୍ରରେ ଟିକା ଅଭାବ ଯୋଗୁଁ ଟିକାଦାନ କେନ୍ଦ୍ର ବନ୍ଦ ରହିଥିବା ଗଣମାଧମର ଶିରୋନାମା ହୋଇଆସୁଛି। ବୌଦ୍ଧ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଦେଖା ଦେଇଛି। କୋଭିଡ ଟିକା ଅଭାବ ଯୋଗୁଁ ଟିକାଦାନ ବାଧାପ୍ରାପ୍ତ ହୋଇଛି। ଫଳରେ ପ୍ରଥମ ଡୋଜ ନେବା ପରେ ଦ୍ବିତୀୟ ଡୋଜ ଅପେକ୍ଷାରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ନିରାଶାଭାବ ପ୍ରକାଶ ପାଇଛି।

ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ସମସ୍ତ ପିଏଚ୍‌ସି, ସିଏଚ୍‌ସି ଓ କିଛି ସ୍କୁଲକୁ ମିଶାଇ ୧୧ଟି ଟିକାଦାନ କେନ୍ଦ୍ର ଖୋଲା ଯାଇଥିଲା। ପ୍ରତ୍ୟହ ଦୁଇ ହଜାର ଏକ ଶହ ଟିକାଦାନ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ଟିକା ଅଭାବରୁ ଶନିବାରଠାରୁ ଟିକାଦାନ ବାଧାପ୍ରାପ୍ତ ହୋଇଛି। ରବିବାର କେବଳ ବୌଦ୍ଧ ଓ ପୁରୁଣାକଟକ କେନ୍ଦ୍ର ଖୋଲଥିବା ବେଳେ ମୋଟ୍‌ ୨୮୦ ଜଣଙ୍କୁ ଟିକାଦାନ କରାଯାଇଛି। ଠିକଣା ସମୟରେ ଟିକା ନ ପହଞ୍ଚିଲେ ଟିକାଦାନ କାର୍ଯ୍ୟକ୍ରମ ବନ୍ଦ ହେବା ଅଶଙ୍କା ଦେଖା ଦେଇଛି। ତେବେ ଶନିବାର ରାଜ୍ୟକୁ ଟିକା ପହଞ୍ଚିଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲାକୁ ଟିକା ପହଞ୍ଚିବା ସମ୍ଭାବନା ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe