ନବୀନଙ୍କ ଦୀପାବଳି ଶୁଭେଚ୍ଛାରେ କୋଭିଡ୍ ସ୍ପର୍ଶ

Advertisment
ୟାସ୍‌ ମୁକାବିଲା: ନବୀନ ସରକାରକୁ ପ୍ରଶଂସା କଲା ଜାତିସଂଘ

ଭୁବନେଶ୍ୱର : ବିନା ବାଣରେ ଆଲୋକର ପର୍ବ ଦୀପାବଳି ସାରା ରାଜ୍ୟରେ ପାଳିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏଥିରେ କୋଭିଡ୍ ପାଇଁ ସଚେତନତାର ସ୍ପର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଟ୍ବିଟ୍ କରି କହିଛନ୍ତି ଯେ ସମସ୍ତଙ୍କ ଜୀବନରେ ବିକାଶର ଆଲୋକ ଭରିଦେବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବା ଉଚିତ୍। ଓଡ଼ିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଯିବା ଦରକାର। ତେବେ ଟିକା ବାହାରିବା ପର୍ଯ୍ୟନ୍ତ ସମସ୍ତଙ୍କୁ କିନ୍ତୁ କୋଭିଡ୍ ନିୟମ ପାଳନ କରିବାକୁ ହେବ। ଠିକ୍ ଭାବରେ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଦୀପ ଜଳାଇ ଦୀପାବଳି ପାଳନ ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିବା ସହିତ ବାଣ ନ ଫୁଟାଇବା ଲାଗି ଆଉଥରେ ସତର୍କ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe