ବେଆଇନ୍ ଗୋଚାଲାଣ କରୁଥିବା ଅଭିଯୋଗରେ ଗୋରୁ ବୋଝେଇ କଣ୍ଟେନର୍ ଚାଳକ ଅଟକ, ୪୦ରୁ ଅଧିକ ଗୋରୁ ଉଦ୍ଧାର

Advertisment
ବେଆଇନ୍ ଗୋଚାଲାଣ କରୁଥିବା ଅଭିଯୋଗରେ ଗୋରୁ ବୋଝେଇ କଣ୍ଟେନର୍ ଚାଳକ ଅଟକ, ୪୦ରୁ ଅଧିକ ଗୋରୁ ଉଦ୍ଧାର

ସିମୁଳିଆ: ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅଞ୍ଚଳରୁ ଏକ ଗୋରୁ ବୋଝେଇ କଣ୍ଟେନରରେ ବେଆଇନ୍ ଗୋଚାଲାଣ କରାଯାଉଥିବା ବେଳେ ଗ୍ରାମବାସୀ ୪୦ରୁ ଅଧିକ ଗୋରୁ ଉଦ୍ଧାର କରିଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ସିମୁଳିଆ ଥାନାର ଅଡା ଛକରେ ଆଜି ସକାଳ ପ୍ରାୟ ୬ଟା ୨୦ ମିନିଟ୍ ସମୟରେ ଏକ ଛୋଟ କଣ୍ଟେନରରେ ଜଣେ ଚାଳକ ଗାଇଗୋରୁଙ୍କୁ ବୋଝେଇ କରି ନେଇ ଯାଉଥିଲେ। ଚାଳକଜଣକ ଗାଡ଼ିକୁ ରାସ୍ତାକଡ଼ରେ ରଖି ପରିସ୍ରା କରୁଥିଲେ। ଏହିସମୟରେ କେତେକ ଲୋକ କଣ୍ଟେନରରେ ଗୋଚାଲାଣ କରାଯାଉଥିବା ଜାଣିପାରି ଚାଳକଙ୍କୁ କାବୁ କରି ପୁଲିସ୍ ଜିମା ଦେଇଥିଲେ। ତାପରେ ସେହି ଗାଡ଼ିରେ ଥିବା ଗାଇଗୋରୁଙ୍କୁ ଉଦ୍ଧାର କରିଥିଲେ। ବେଆଇନ୍ ଗୋରୁ ବୋଝେଇ କଣ୍ଟେନରଟିକୁ ଜବତ କରାଯାଇଛି।

ସେହି ଗାଡ଼ିଟିରେ ଭଦ୍ରକ ଜିଲ୍ଲାର ଆଗରପଡ଼ାରୁ ଗୋରୁ ବୋଝେଇ କରି କୋଲକାତାକୁ ଚାଲାଣ ହେଉଥିଲା। ଜାତୀୟ ରାଜପଥ ଦେଇ ଗଲେ ସହଜରେ ଧରାପଡ଼ୁଥିବା ଜାଣି ଚାଳକଜଣକ ଆଗରପଡ଼ାରୁ ଭିତର ବାଟ ଦେଇ ସୋରରେ ବାହାରିବାର ଯୋଜନା କରିଥିଲେ। ଅନେକ ସମୟରେ ଏହି ଧରଣର ଗୋରୁ ବୋଝେଇ କରି କୋଲକାତାକୁ ଚାଲାଣ ହେଉଥିବା ଜାଣି ମଧ୍ୟ ପୁଲିସ୍ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ପାଇଁ ସେହି ଅଞ୍ଚଳରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe