The Indian Express
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ଗୋରୁ ଚାଲାଣ ଘଟଣା ଥମୁନି। ପ୍ରତ୍ୟେକ ଦିନ ବିର୍ସା ମୁଣ୍ଡା ଛକ, ବନ୍ଧମୁଣ୍ଡା ରାସ୍ତା ଦେଇ ବିଶ୍ରା ଓ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡକୁ ଚାଲାଣ ହେଉଛି। କେତେକ ଗାଡିକୁ ପୁଲିସ ଜବତ କରୁଛି। ଅନେକ ଗାଡି ପୁଲିସ୍କୁ ଚକ୍ମା ଦେଇ ଖସିଯାଉଛନ୍ତି। ଆଜି ଭୋରୁ ବନ୍ଧମୁଣ୍ଡା ପୁଲିସ ତିନି ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ୍ କରିଛି। କେବଳ ଏତିକି ନୁହେଁ ତିନିଟି ଗାଡିରେ ବୋଝେଇ ଗୋ ମାଂସ ମଧ୍ୟ ପୁଲିସ ଜବତ କରିଥିବା ଜଣାପଡିଛି।
କ୍ଷମତାଠାରୁ ଅଧିକ ଗୋରୁ ବୋଝେଇ କରି ଯାଉଥିବାରୁ ଘଟଣାସ୍ଥଳରେ ଦୁଇଟି ଗୋରୁର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ତିନିଟି ଗାଡିର ୫ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଗୋଟିଏ ଗାଡିର ହେଲପ୍କୁ ପୁଲିସ ଜବତ କରିଛି। ଗିରଫ ହେଲପର ଜଣକ ହେଲେ ମହମ୍ମଦ ସାହନବାଜ୍। ତାଙ୍କ କହିବାନୁଯାୟୀ କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁର ବାହାଲରୁ ଗୁଡଗୁଡଜୋରକୁ ଯାଉଥିଲା। ସେପଟେ ଗୋରୁ ଚାଲାଣ ରୋକିବାକୁ ସ୍ଥାନୀୟ ପୁଲିସ ପକ୍ଷରୁ ସେମିତି କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନଥିବାରୁ ବର୍ଷ ବର୍ଷ ଧରି ଏଭଳି ବେଆଇନ କାରବାର ଜିଲ୍ଲାରେ ଚାଲିଛି। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ରୁ ଗୋ ଚାଲାଣ ଚେର ଝାଡ଼ଖଣ୍ଡ, କୋଲକାତା ଓ ବାଙ୍ଗଲାଦେଶ ପର୍ଯ୍ୟନ୍ତ ଲମ୍ବିଛି। ଜିଲ୍ଲାରୁ ଚାଲାଣ ହେଉଥିବା ଗୋରୁକୁ କଲିକତାରେ ଏକାଠି କରାଯାଉଛି। ସେଠାରୁ ଜଳପଥରେ ବାଂଲାଦେଶ ଯାଉଥିବା ଜଣାପଡିଛି। ଏଥିସହ ଗୋରୁ ଚାଲାଣକୁ ନେଇ ଗୁଳି ମଧ୍ୟ ପୁଟୁଛି। ଏହା ସତ୍ବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।
Follow Us