ଗାଈ ଧାନ ଖାଇବାକୁ ନେଇ ହତ୍ୟାକାଣ୍ଡ !

Advertisment
ସାଙ୍ଗକୁ ବୀଭତ୍ସ ହତ୍ୟା: ବ୍ଲେଡ୍‌ରେ ବେକ କାଟିଲା, ପଥରରେ ମୁଣ୍ଡ ଛେଚିଲା

The News Minute

ବରଗଡ଼: ଗାଈ ବିଲକୁ ପଶି ଧାନ ଖାଇଦେଲା। ଏତିକି କଥାରେ ବରଗଡ଼ ବ୍ଲକ୍‌ ଖଲିଆପାଲି ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତକ ଜଣକ ହେଲେ ଗୟାଧର ଝୁପା (୫୫)। ତାଙ୍କୁ ଲୁହାରଡ୍‌ରେ ପିଟି ହତ୍ୟା କରିଥିବା ଅଭିଯୋଗରେ ପୁଲିସ୍‌ ଜୟଦେବ ବରିହାକୁ ଅଟକ ରଖିଛି। ସୂଚନା ମୁତାବକ, ଗୟାଧରଙ୍କ କ୍ଷେତରେ ଥିବା ଧାନ ଫସଲକୁ ପୂର୍ବରୁ ଜୟଦେବର ଗାଈ ପଶି ଖାଇ ଦେଉଥିଲା। ଫଳରେ ଗୟାଧର ଗାଈକୁ ବାନ୍ଧି ରଖୁଥିଲେ। ଜୟଦେବର ପରିବାର ବୁଝାସୁଝା କରି ଗୟାଧରଙ୍କ ଠାରୁ ଗାଈକୁ ନେଇ ଆସୁଥିଲେ।

ଏନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ଗୟାଧର ଗାଁର ମୁଖ୍ୟଛକ ପାଖରେ ଥିବାବେଳେ ଏକ ଲୁହାରଡ୍‌ରେ ଜୟଦେବ ତାଙ୍କୁ ଆକ୍ରମଣ କରିଥିଲା। ମୁଣ୍ଡରେ ପ୍ରହାର କରିବା ଫଳରେ ଗୟାଧର ସେଠାରେ ଟଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ପୁଲିସ୍‌ ମାମଲାର ତନାଘନା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe