ଭଞ୍ଜନଗର ଏନ୍ଏସି ପକ୍ଷରୁ କାଓ କ୍ୟାଚ୍ ଅଭିଯାନ, ସମ୍ବାଦରେ ଖବର ପ୍ରକାଶ ପରେ ରାସ୍ତାରୁ ଉଠାଇଲେଣି ୨୪ ଗାଈ

Advertisment
ଗୋଚାଲାଣ ବେଳେ କଣ୍ଟେନର ଅଟକାଇବାରୁ ଗୋସୁରକ୍ଷା କର୍ମୀଙ୍କୁ ମାଡ଼ ମାରିଲେ ଚାଲାଣକାରୀ

ଭଞ୍ଜନଗର: ଭଞ୍ଜନଗର ସହରରେ ଦିନକୁ ଦିନ ବୁଲା ଗାଈଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସହରର ଗୁରୁତ୍ବପୂର୍ଣ୍ଣ ଛକମାନଙ୍କରେ ଦଳଦଳ ହୋଇ ବସିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାରୁ ଯାତାୟତ କରୁଥିବା ଲୋକମାନେ ନାହି ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସାଧାରଣରେ ବୁଲା ଗାଇଗୋରୁମାନଙ୍କୁ ହଟାଇବା ନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା। ଏସଂର୍ପକରେ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଏନ୍ଏସି ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ବୁଲା ଗାଈଗୋରୁଙ୍କୁ ଉଠାଇବା ବ୍ୟବସ୍ଥା କରାଯାଇଛି। ଏନ୍ଏସି ପକ୍ଷରୁ ଆଜି ରାସ୍ତାରୁ ବୁଲା ଗାଈଗୋରୁଙ୍କୁ ଏକ ସ୍ବତନ୍ତ୍ର ଗାଡି (କାଓ କ୍ୟଚର) ଅଣାଯାଇ ରାସ୍ତାରୁ ଉଠାଇବା ଅଭିଯାନ ଆରମ୍ଭ କରାଯାଇଛି। ଆଜି ଏନ୍ଏସିର କର୍ମଚାରୀମାନେ ରାସ୍ତାରେ ବୁଲୁ ଥିବା ୧୪ଟି ଗାଇକୁ କାବୁ କରିଛନ୍ତି। କାବୁ କରାଯାଇଥିବା ଗାଈଗୁଡିକୁ ସହରଠାରୁ ଦୂର ସ୍ଥାନରେ ଛଡାଯିବ ବୋଲି ଏନଏସି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

publive-image

ଏଥିପୂର୍ବରୁ ଏନ୍ଏସି କର୍ମଚାରୀମାନେ ୧୦ଟି ଗାଈକୁ ଉଠାଇଥିବା ବେଳେ ଅଗାମୀ ଦିନରେ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ଜଣାପଡିଛି। ବାରମ୍ବାର ଗାଈ ମାଲିକ ମାନଙ୍କୁ ତାଗିଦ ସତ୍ତ୍ବେ ଖିର ଦୁହିଁଲା ପରେ ସେମାନ‌େ ଗାଈଗୋରୁମାନଙ୍କୁ ରାସ୍ତା ଉପରକୁ ଛାଡି ଦେଉଥିଲେ। ଯାହା ଫଳରେ ରାଜ ରାସ୍ତାକୁ ବୁଲା ଗାଈଗୋରୁ ଅବରୋଧ କରି ରଖୁଥିଲେ। ରାସ୍ତା ଉପରକୁ ଗାଈ ମାଲିକମାନେ ଗାଈ ନଛାଡିବା ପାଇଁ କିଛି ଦିନ ହେବ ସୁଚନା ଦିଆଯାଇ ଆସୁଥିଲେ ମଧ୍ୟ ଗାଈ ମାଲିକମାନେ ଏହି କାର୍ଯ୍ୟରୁ ନିବୃତ ହୋଇନଥିଲେ। ଆଜି ଏନ୍ଏସି ପକ୍ଷରୁ କାର୍ୟ୍ୟାନୁଷ୍ଠାନ ସ୍ବରୁପ ରାସ୍ତାରୁ ଗାଈ ଉଠା ଯାଇଥିଲା। ବୁଲା ଗାଈଗୋରୁମାନଙ୍କ ପାଇଁ ଚାରି ଚକିଆ ଯାନ ତ ଦୂରର କଥା ବାଇକ ଓ ସାଇକଲ ଚାଳକମାନେ ମଧ୍ୟ ଯାତାୟତ କରିବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି।

publive-image

ଅନେକ ସମୟରେ ଷଣ୍ଢମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ବହୁ ଲୋକ ଆହାତ ହେବା ସହ ଯାନବାହାନ ଭାଙ୍ଗିଥିବାର ନଜିର ରହିଛି। ସହରର ପ୍ରମୁଖ ଛକ, ପରିବା ବଜାର ଛକ,ଷ୍ଟେଟ୍ ବ୍ୟାଙ୍କ ଛକରେ ମାଳ ମାଳ ଗାଈ ରହୁଥିବା ବେଳେ ମୁଖ୍ୟ ସଡ଼କ ସମେତ ନାରାୟଣ ମନ୍ଦିର ସାହି, ରଥ ସାହି, ବଡ ଧୋବା ସାହି, ପୁରୁଣା ବଜାର ସାହିରେ ପ୍ରତିଦନ ବୁଲା ଗାଈଗୋରୁଙ୍କ ଯୋଗୁ ବହୁ ସମସ୍ୟା ସୃଷ୍ଟି ହେଉଥିଲା। ତେଣୁ ଏନ୍ଏସି ପକ୍ଷରୁ ଆଜି ବୁଲା ଗାଈ ଧରା ଅଭିଯାନ କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ନା ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ସହରର ଟ୍ରାଫିକ୍ ବ୍ୟବସ୍ଥା ଦୂର ସହ ଜନସାଧାରଣ ସୁରୁଖୁରୁରେ ଯାତାୟତ ପାଇଁ ରାସ୍ତାରୁ ଗାଈ ଗୋରୁ ହଟାଇବା ଦିଗରେ ଆଗାମୀ ଦିନରେ ଏନ୍ଏସି ପକ୍ଷରୁ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe