ପଶ୍ଚିମବଙ୍ଗକୁ ଚଲାଣ ହେଉଥିବା ଶତାଧିକ ଗୋରୁ ଉଦ୍ଧାର; ବେପାରୀ ଫେରାର, ୨ ଅଟକ

Advertisment
ପଶ୍ଚିମବଙ୍ଗକୁ ଚଲାଣ ହେଉଥିବା ଶତାଧିକ ଗୋରୁ ଉଦ୍ଧାର; ବେପାରୀ ଫେରାର, ୨ ଅଟକ

ବାଙ୍ଗିରିପୋଷି: ବେଆଇନ ଚାଲାଣ ହେଉଥିବା ଶତାଧିକ ପଦଚଲା ଗୋରୁମାନଙ୍କୁ ମୟୂରଭଂଜ ଜିଲ୍ଲା ଝାରପୋଖରିଆ ପୁଲିସ ଉଦ୍ଧାର କରିଛି। ଏହି ଥାନା ଅଞ୍ଚଳ ଦେଇ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଚାଲାଣ ହେଉଥିବା ଶତାଧିକ ପଦଚଲା ଗୋରୁମାନଙ୍କୁ ସ୍ଥାନୀୟ ଲୋକ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିର୍ଶା କଚିମବିଲା ରାସ୍ତା ଦେଇ ଯାଉଥିବା ଶତାଧିକ ପଦଚଲା ଗୋରୁଙ୍କୁ ପୁଲିସ କର୍ମଚାରୀମାନେ ଅଟକାଇଥିଲେ। ପୁଲିସର ଚଢ଼ଉ ବେଳେ ଚୋରା ଗୋରୁ ବେପାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ବେଳେ ଗୋରୁ ନେଇ ଯାଉଥିବା ଦୁଇଜଣ ଲୋକକୁ ଧରିବାରେ ସଫଳ ହୋଇଥିଲେ। ପୁଲିସ ଗୋରୁମାନଙ୍କୁ ଥାନାକୁ ଆଣି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ବାଲେଶ୍ଵରସ୍ଥିତ ଗୋଶାଳାକୁ ପଠାଯିବ ବୋଲି କହିଛି। ଗୋରୁ ନେଇଯାଉଥିବା ୨ ଜଣ ଲୋକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଭଦ୍ରକ, ବାଲେଶ୍ବରରୁ ମୟୂରଭଂଜ ଦେଇ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ଏକ ନିତିଦିନିଆ ଘଟଣା ପାଲଟିଛି। ଚୋରା ବୋପାରୀମାନେ ଅନେକ ସମୟରେ ଖସି ଯାଉଥିଲା ବେଳେ ବହୁତ କମ୍‌ ଧରାପଡୁଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe