ଅଗଷ୍ଟ ପହିଲାରୁ ସିପିଇଟି-୨୦୨୨, ଜୁନ୍‌ ୨୭ରୁ ଜୁଲାଇ ୧୨ ମଧ୍ୟରେ ଆବେଦନ

ଅଗଷ୍ଟ ୨୫ରେ ରାଜ୍ୟସ୍ତରୀୟ ମେଧା ତାଲିକା

ଜେଇଇ ମୁଖ୍ୟ ପରୀକ୍ଷା ପାଇଁ ପଂଜୀକରଣ ଆରମ୍ଭ

IndiaTV News

ଭୁବନେଶ୍ବର : ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜରେ ଥିବା ପିଜି ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ଏଥର ମଧ୍ୟ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି)-୨୦୨୨ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍‌ www.samsodisha.gov.in ମାଧ୍ୟମରେ କମନ୍‌ ଆପ୍ଲି‌କେସନ୍‌ ଫର୍ମ(ସିଏଏଫ୍‌) ପୂରଣ କରି ଜୁନ୍‌ ୨୭ରୁ ଜୁଲାଇ ୧୨ ମଧ୍ୟରେ ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା ପାଇଁ ଜୁଲାଇ ୨୦ରେ ସାମ୍‌ସ ୱେବସାଇଟ୍‌ରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଅଗଷ୍ଟ ପହିଲାରୁ ସେପ୍ଟେମ୍ବର ୧୩ ଯାଏ(ଅଗଷ୍ଟ ୭, ୯ ଓ ୧୧) ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅଗଷ୍ଟ ୧୨ରୁ ୨୦ ମଧ୍ୟରେ ପ୍ରାର୍ଥୀମାନେ ନିଜର ସ୍ନାତକ ମାର୍କ ଅପଲୋଡ୍‌ କରିବେ। ବିଶ୍ବବିଦ୍ୟାଳୟ ପକ୍ଷରୁ ଅଗଷ୍ଟ ୨୨ସୁଦ୍ଧା ଓକାକ୍‌ କର୍ତ୍ତୃପକ୍ଷଙ୍କୁ ପ୍ରବେଶିକା ପରୀକ୍ଷା ମା‌ର୍କ ହସ୍ତାନ୍ତର କରାଯିବ। ଅଗଷ୍ଟ ୨୫ ଅପରାହ୍‌ଣ ୨ଟାରେ ରାଜ୍ୟସ୍ତରୀୟ ବିଷୟଭିତ୍ତିକ ମେଧା ତାଲିକା ପ୍ରକାଶ ପାଇବ ଏବଂ ୨୫ରୁ ୩୦ ତାରିଖ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନେ ଚଏସ୍‌ ଫିଲିଂ କରିପାରିବେ। ସେପ୍ଟେମ୍ବର ୫ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍‌ ଆଲଟ୍‌ମେଣ୍ଟ ତାଲିକା ପ୍ରକାଶ କରାଯିବ। ୬ ଓ ୭ ତାରିଖରେ ଛାତ୍ରଛାତ୍ରୀ ସେମାନଙ୍କୁ ଆଲଟ୍‌ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ।
ସେପ୍ଟେମ୍ବର ୧୩ରେ ଦ୍ବିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍‌ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ ଏବଂ ୧୪ଓ ୧୫ରେ ନାମଲେଖା ହେବ। ୨୦ ତାରିଖରେ ଖାଲିଥିବା ସିଟ୍‌ ତାଲିକା ସାମ୍‌ସ ୱେବସାଇଟ୍‌ରେ ଉପଲବ୍ଧ ହେବ। ୨୩ ତାରିଖରେ ସ୍ପଟ୍‌ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ଏବଂ ୨୪ରୁ ୨୬ ତାରିଖ ମଧ୍ୟରେ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ ହେବ। ୨୮ ତାରିଖରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଚୂଡ଼ାନ୍ତ ସ୍ପଟ୍‌ ମେରିଟ୍‌ ତାଲିକା ପ୍ରକାଶ କରାଯିବ। ୨୯ ଓ ୩୦ ତାରିଖରେ ନାମଲେଖା ହେବ। ୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ନାମଲେଖା ଫି’ ଆଦାୟ କରିବେ। ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରବର୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ।

ସ୍ନାତକ ପରୀକ୍ଷାଫଳ ପାଇଁ ଅପେକ୍ଷାରତ ଛାତ୍ରଛାତ୍ରୀ ମଧ୍ୟ ଅନ୍‌ଲାଇନ୍‌ରେ ଆବେଦନ କରି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ତେବେ ବିଷୟଭିତ୍ତିକ ଓ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରସ୍ତୁତ ଲାଗି ସେମାନଙ୍କୁ ନିର୍ଧାରିତ ସମୟ ସୁଦ୍ଧା ମାର୍କ ଦାଖଲ କରିବାକୁ ହେବ। ଯଦି ସେମାନେ ମାର୍କ ଦାଖଲ କରିବାରେ ବିଫଳ ହୁଅନ୍ତି, ତାଙ୍କ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe