ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ : ସମର୍ଥନ ଜଣାଇଲା ସିପିଆଇ, ଜାନୁଆରି ୮, ୯ରେ ଦେଶବ୍ୟାପୀ ଧର୍ମଘଟ

ମେଣ୍ଟ କରିବନି ସିପିଆଇ(ଏମ୍‌) : ‌ୟେଚୁରୀ

ଭୁବନେଶ୍ୱର: ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ଅଭିଯାନକୁ ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମର୍ଥନ ଜଣାଇଥିଲେ। ଆଜି ଏହାକୁ ‌ସମର୍ଥନ ଜଣାଇଛି ସିପିଆଇ। ଏହା ସହ ବିଜେପି/ଏନ୍‌ଡିଏ ସରକାର ବିରୋଧରେ ମିଳିତ ମହାସଂଗ୍ରାମ ପାଇଁ ଦଳ ଆହ୍ବାନ ଦେଇଛି। ଏଥିରେ ବିଜେଡି ସାମିଲ୍ ହେବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ସିପିଆଇ ଜାତୀୟ ସମ୍ପାଦକ କେ. ନାରାୟଣ କହିଛନ୍ତି।

ସିପିଆଇ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାରାୟଣ କହିଲେ, ରାମମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ବିଜେପି ରାଜନୀତି କରୁଛି। ସଂଖ୍ୟାଲଘୁ ଦଳିତଙ୍କ ଉପରେ ଆକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ ସାମ୍ପ୍ରଦାୟିକ ଶକ୍ତିମାନେ ସୁପ୍ରିମକୋର୍ଟର ରାୟକୁ ଅମାନ୍ୟ କରି ମନ୍ଦିର ନିର୍ମାଣ ଅଭିଯାନରେ ମାତିଛନ୍ତି। ବିଜେପି ସରକାର ଦରଦାମ ନିୟନ୍ତ୍ରଣ, ୨ କୋଟି ନିଯୁକ୍ତି, କଳାଟଙ୍କା ଫେରସ୍ତରେ ବିଫଳ ହେବା ପରେ ଜନ ଅସନ୍ତୋଷର ସମ୍ମୁଖୀନ ହୋଇଛି। ସେଥିପାଇଁ ଧର୍ମକୁ ପ୍ରସଙ୍ଗ କରୁଛି। ଜାନୁଆରି ୮ ଓ ୯ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଭାରତ ବନ୍ଦରେ ପରିଣତ ହେବ। ଏଠାରୁ ହିଁ ବିଜେପି ବିରୋଧରେ ମହାସଂଗ୍ରାମ ଶୁଭାରମ୍ଭ ହେବ। ଏହି ମହାସଂଗ୍ରାମରେ ବିଜେଡି ସାମିଲ ହେଉ ବୋଲି ସେ ଆହ୍ବାନ ଦେଇଛନ୍ତି। ଚଳିତ ୧୮ରୁ ୨୧ ପର୍ଯ୍ୟନ୍ତ ବିଶାଖାପାଟଣାରେ ଜାତୀୟ ପରିଷଦ ବୈଠକ ବସିବ। ଏଥିରେ ନିର୍ବାଚନ ରଣନୀତି ଚୂଡ଼ାନ୍ତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ସିପିଆଇର ବିଜୟ ସମ୍ଭାବନା ଥିବା ୧୭ଟି ବିଧାନସଭା ଆସନ ଚିହ୍ନଟ କରାଯାଇଛି ବୋଲି ସିପିଆଇ ଓଡ଼ିଶା ଶାଖା କର୍ମକର୍ତ୍ତା ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, କେନ୍ଦ୍ର କାର୍ଯ୍ୟକାରୀ କମିଟି ସଭ୍ୟ ଦିବାକର ନାୟକ, ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe