ବର୍ଷୀୟାନ କମ୍ୟୁନିଷ୍ଟ୍‍ ନେତା ଡକ୍ଟର ଦୂତୀକୃଷ୍ଣ ପଣ୍ଡାଙ୍କ ଦେହାନ୍ତ

Advertisment
ବର୍ଷୀୟାନ କମ୍ୟୁନିଷ୍ଟ୍‍ ନେତା ଡକ୍ଟର ଦୂତୀକୃଷ୍ଣ ପଣ୍ଡାଙ୍କ ଦେହାନ୍ତ

ଭୁବନେଶ୍ୱର: ବର୍ଷୀୟାନ୍‌ କମ୍ୟୁନିଷ୍ଟ୍‍ ନେତା କମ୍ରେଡ୍‌ ଦୂତୀକୃଷ୍ଣ ପଣ୍ଡା ଆଉ ନାହାନ୍ତି। ରବିବାର ଭୋର୍‌ ୫: ୧୫ ମିନିଟ୍‌ରେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍‌ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ସେଠାରେ ସେ ଚିକିତ୍ସାଧୀନ ଥିଲେ।

ସର୍ବସାଧାରଣଙ୍କ ଦର୍ଶନାର୍ଥେ ତାଙ୍କ ପାର୍ଥିବ ଶରୀରକୁ ସକାଳ ୯: ୩୦ ରୁ ୧୦: ୩୦ ଯାଏଁ ‘ଏଆଇଟିୟୁସି’ ଅଫିସରେ ରଖାଯିବ। ତା’ପରେ ତାଙ୍କର ପାର୍ଥିବ ଶରୀରକୁ ସିପିଆଇ ରାଜ୍ୟ ମୁଖ୍ୟାଳୟ ଭଗବତୀ ଭବନରେ ପୂର୍ବାହ୍ନ ୧: ୩୦ ରୁ ମଧ୍ୟାହ୍ନ ୧୨ଟା ଯାଏଁ ରଖାଯିବ।

ଆସ୍କା ଠାରେ ତାଙ୍କର ଶେଷକୃତ୍ୟ ସମାପନ କରାଯିବ।

କମ୍ରେଡ୍‌ ଦୂତୀକୃଷ୍ଣ ଥିଲେ ଆସ୍କାର ବିଧାୟକ। ଆସ୍କା ଆସନରୁ ମଧ୍ୟ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଦୂତିକୃଷ୍ଣ ‘ସିପିଆଇ’ ରାଜ୍ୟ ସଚିବ, ‘ଏଆଇଟିୟୁସି’ର ରାଜ୍ୟ ସଭାପତି ଆଦି ପଦବୀରେ ଅଧିଷ୍ଠିତ ଥିଲେ। ‘ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଙ୍ଘ’ର ସେ ଥିଲେ ପ୍ରତିଷ୍ଠାତା ସଭାପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe