୨୭ରେ ବନ୍ଦ ଡାକରା ଦେଲା ସିପିଆଇ-ଏମ୍‌

Advertisment
୨୭ରେ ବନ୍ଦ ଡାକରା ଦେଲା ସିପିଆଇ-ଏମ୍‌

ମାଲକାନଗିରି: କେନ୍ଦ୍ର ସରକାରଙ୍କର କୃଷକ ମାରଣ ନୀତିକୁ ପ୍ରତିବାଦ କରି ଆସନ୍ତା ୨୭ ତାରିଖ ଦିନ ସିପିଆଇ(ଏମ୍‌) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଆଜି ସିପିଆଇ(ଏମ)ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଗତ ୧୦ ମାସରୁ ଉର୍ଦ୍ଧ୍ବ ସମୟ ଧରି କୃଷକମାନେ ଧରଣାରେ ବସିଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କ ସହ ଆଲୋଚନା କରୁନାହାନ୍ତି। ଇତି ମଧ୍ୟରେ ୬୦୦ରୁ ଉର୍ଦ୍ଧ୍ବ ଚାଷୀ ମୃତ୍ୟୁବରଣ କରିସାରିଲେଣି।

କେନ୍ଦ୍ର ସରକାର କୃଷକମାନଙ୍କର ହିତ ଚାହୁଁ ନାହାନ୍ତି। ତେଣୁ ସାରା ଭାରତରେ ଏହାକୁ ନେଇ ଆସନ୍ତା ୨୭ ତାରିଖ ଦିନ କେନ୍ଦ୍ର ସରକାର ବିରୋଧରେ (ସିପିଆଇ-ଏମ୍‌) ଗର୍ଜିବ ବୋଲି ସେ କହିଥିଲେ। ଏଥିସହ ବିଜୁ ସ୍ବାସ୍ଥ୍ୟ କାର୍ଡରେ କୌଣସି ଲୋକ ଉପକୃତ ହୋଇପାରୁନଥିବା ଅଭିଯୋଗ କରାଯାଇଛି। ରାସନ କାର୍ଡ ଯାହାର ରହିଛି ସେ ହିଁ ଏହି ସ୍ବାସ୍ଥ୍ୟ ବୀମା ପାଇଛି। ଅନ୍ୟ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଂଚିତ ହୋଇଥିବାରୁ ସେମାନେ ଏହି ଲାଭ ଉଠାଇ ପାରିନାହାନ୍ତି। ନିର୍ବାଚନ ଥିବାରୁ ସରକାରଙ୍କର ଏହା ଏକ ଚାଲ ବୋଲି କୁହାଯାଇଛି।

ପୋଲାଭରମ ପ୍ରକଳ୍ପ ଶେଷ ହେବାକୁ ଯାଉଥିବା ବେଳେ ମାଲାକନଗିରି ଅଂଚଳରେ ବହୁ କ୍ଷୟକ୍ଷତି ହେବ।ତେବେ ରାଜ୍ୟ ସରକାରଙ୍କ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇ ତୁନର୍ତ କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଥିଲା। ମୋଟୁ ଅଂଚଳର ବହୁ ଜଂଗଲ,ଜମି ଏବଂ ଘରଦ୍ବାରା ପାଣିରେ ବୁଡିଯିବାର ଆଂଶକା ରହିଥିଲେ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।ଯାହାଫଳରେ ଲୋକେ ନାହିଁ ନଥିବା ହଇରାଣ ହେବେ। ସେହିପରି ମାଲାକନଗିରି ଜିଲ୍ଲା ଲଘୁ ଖଣିଜରେ ଭରପୁର ରହିଛି। ଏହାକୁ ବାହାର ରାଜ୍ୟର ମାଫିଆମାନେ ଲୁଟ କରିବା ଆରମ୍ଭ କରିଦେଇଛନ୍ତି।

ତେବେ ଏହାକୁ ପ୍ରଶାସନ ଏବଂ ସରକାର ରୋକିବା ଦିଗରେ ବିଫଳ ହୋଇଥିବା କୁହାଯାଇଛି। ଜଂଗଲ ଜମି ପଟ୍ଟା ବଣ୍ଟନରେ ଆଜି ବି ସରକାର ଉଦାସୀନତା ଦେଖାଇଛନ୍ତି।ପ୍ରାୟ ୫ ହଜାର ଲୋକେ ଜଂଗଲ ଜମି ପଟ୍ଟା ପାଇଁ ଆବେଦନ କରିପାରୁନାହାନ୍ତି, ଯେଉଁମାନେ ଦୀର୍ଘ ଦିନ ଧରି ଜଂଗଲ ଜମିକୁ ନିଜ ଅଧିନରେ ରଖିଛନ୍ତି ସେମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମାଲାକନଗିରି ଜିଲ୍ଲା ଜୋନ ସଂପାଦକ ତଥା ଆବାହକ ବ୍ରଜ ମାଝୀ, ଧବଲୁ ବେହେରା, କୃଷ୍ଣ ପାଣ୍ଡି, ରଘୁନାଥ ହନ୍ତାଳ, କେଶବ ଖରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe