ଏଲ୍‌ଆଇସି ଘରୋଇକରଣ ବିରୋଧରେ ସିପିଆଇର ବିକ୍ଷୋଭ

Advertisment
ଏଲ୍‌ଆଇସି ଘରୋଇକରଣ ବିରୋଧରେ ସିପିଆଇର ବିକ୍ଷୋଭ

ଭୁବ‌ନେଶ୍ବର : ରାଷ୍ଟ୍ରାୟତ୍ତ ସଂସ୍ଥା ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଘରୋଇକରଣକୁ ବିରୋଧ କରି ବୁଧବାର ଦିନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ଭୁବନେଶ୍ବରସ୍ଥିତ ଏଲ୍‌ଆଇସିର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସିପିଆଇ କର୍ମୀମାନେ ରାଜଭବନ ଛକରୁ ଏକ ଶୋଭାଯାତ୍ରାରେ ଯାଇ ଏଲ୍ଆ‌ଇସିର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ପରେ ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ସିପିଆଇ(ଏମ୍), ଏଆଇଟିୟୁସି ଓ ସିଟୁର କର୍ମକର୍ତ୍ତାମାନେ ସାମିଲ୍‌ ହୋଇଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଏଲ୍‌ଆଇସିର ଆଞ୍ଚଳିକ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଥିଲା।

ପ୍ରତିବାଦ ସଭାରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ରାମକୃଷ୍ଣ ପଣ୍ଡା, ଅଭୟ ସାହୁ, ସୁର ଜେନା, ଏଆଇଟିୟୁସିର ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା, ଅଖିଳ ଭାରତ ଛାତ୍ରସଂଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ଖୋର୍ଦ୍ଧା ଜିଲ୍ଲା ସିପିଆଇ ସହସମ୍ପାଦକ ସତୀଶ ମିଶ୍ର ଓ ଭୁବନେଶ୍ବର ଜୋନ୍‌ ସହସମ୍ପାଦକ କୈଳାସ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ଏଲ୍‌ଆଇସିର ଅଂଶଧନ ବିକ୍ରିକୁ ନିନ୍ଦା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe