ନାଗରିକତା ସଂଶୋଧନ ଆଇନ ବିରୋଧରେ ସିପିଆଇର ବିକ୍ଷୋଭ

ନାଗରିକତା ସଂଶୋଧନ ଆଇନ ବିରୋଧରେ ସିପିଆଇର ବିକ୍ଷୋଭ

ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଜି ସିପିଆଇ ଭୁବନେଶ୍ବର ଜୋନ୍ କାଉନସିଲ୍ ଓ ‌ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ପୂର୍ବାହ୍ନରେ ସିପିଆଇ ଓ ବିକେଏମ୍‌ୟୁର ଶତାଧିକ କର୍ମୀ ପାର୍ଟିର ରାଜ୍ୟ ଶାଖା ଭଗବତୀ ଭବନଠାରୁ ଶେଭାଯାତ୍ରାରେ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଯିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀ ରାସ୍ତା ଉପରେ ବସି ରହି ଏହି ଆଇନ ବିରୋଧରେ ନାନା ସ୍ଳୋଗାନ ଦେଇଥିଲେ।

ଦଳର କହିବାନୁଯାୟୀ, ନାଗରିକତା ସଂଶୋଧନ ଆଇନ ସମ୍ବିଧାନକୁ ସଂପୂର୍ଣ୍ଣ ଉଲ୍ଲଂଘନ କରୁଛି। ଏହା ଭାରତର ଧର୍ମ ନିରପେକ୍ଷତାକୁ ଧ୍ବଂସ କରିବା ସହ ଧର୍ମକୁ ଆଧାର କରି ନାଗରିକତା ପ୍ରଦାନ କରାଯିବା ସଂପ୍ରଦାୟିକ। ଦେଶର ୬ଟି ରାଜ୍ୟ ଏହାକୁ ବିରୋଧ କରୁଥିବା ବେଳେ କେନ୍ଦ୍ର ସରକାର ଏହାକୁ ବାତିଲ କରନ୍ତୁ ବୋଲି ସିପିଆଇ ଜୋନ୍ ସଂପାଦକ ସୁର ଜେନା ଓ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଜୟନ୍ତ ଦାସ କହିଥିଲେ। ଏହି ବିକ୍ଷୋଭରେ କୈଳାସ ପୁହାଣ, ଶରତ ସ୍ବାଇଁ, ଛେତମ୍ବର ଭୋଇ, ଲକ୍ଷ୍ମୀଧର ବେହେରା, ରୀତା ସେଠୀ, ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe