ସିପିଆଇ(ଏମ୍‌)ର ନିର୍ବାଚନ ଇସ୍ତାହାର ପ୍ରକାଶ

Advertisment
ସିପିଆଇ(ଏମ୍‌)ର ନିର୍ବାଚନ ଇସ୍ତାହାର ପ୍ରକାଶ

photo by : BTVi

ଭୁବନେଶ୍ବର : ଓଡ଼ିଶାରେ ହେବାକୁ ଥିବା ୪ଟି ପର୍ଯ୍ୟାୟ ନିର୍ବାଚନ ଲାଗି ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) (ସିପିଆଇଏମ୍‌)ର ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ଗତ ୫ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ଜନବିରୋଧୀ ଆର୍ଥିକ ନୀତି, ନୋଟ୍‌ ବନ୍ଦୀ, ଜିଏସ୍‌ଟି, ସାମ୍ପ୍ରଦାୟିକ ରାଜନୀତି, ଦୁର୍ନୀତି, ବେକାରି ସମସ୍ୟା, କୃଷକ ଆତ୍ମହତ୍ୟା, ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଓ ମହିଳାଙ୍କ ବିରୋଧରେ ହେଉଥିବା ନିର୍ଯାତନା ବିରୋଧରେ ସିପିଆଇ(ଏମ୍‌) ନିରବଚ୍ଛିନ୍ନ ଭାବେ ସଂଗ୍ରାମ ଜାରି କରିଛି। ଏଥିସହ ଓଡ଼ିଶା ସରକାରଙ୍କ ସମସ୍ତ ଜନବିରୋଧୀ ନୀତି, ଶିକ୍ଷ, ସ୍ବାସ୍ଥ୍ୟର ବିପର୍ଯ୍ୟୟ, ବେକାରି ସମସ୍ୟା, କୃଷି ଓ କୃଷକର ସମସ୍ୟା ବିରୋଧରେ ସଂଗ୍ରାମ ଜାରି ରହିଛି। ଆସନ୍ତା ନିର୍ବାଚନରେ ବିଜେପି ଓ ବିଜେଡି ସରକାରକୁ ପରାସ୍ତ କରିବା, ସିପିଆଇ(ଏମ୍‌) ଓ ବାମପନ୍ଥୀମାନଙ୍କ ପ୍ରତିନିଧିତ୍ବକୁ ଲୋକସଭା ଓ ବିଧାନସଭାରେ ବୃଦ୍ଧି, କେନ୍ଦ୍ର ଓ ରାଜ୍ୟରେ ଏକ ବିକଳ୍ପ ଧର୍ମନିରପେକ୍ଷ ସରକାର ପ୍ରତିଷ୍ଠା କରିବାକୁ ସୁନିଶ୍ଚିତ କରିବା ନେଇ ଦଳର ନେତାମାନେ ଆହ୍ବାନ ଦେଇଛନ୍ତି।

ନିର୍ବାଚନ ଇସ୍ତାହାରରେ କୃଷିର ବିକାଶ ଓ କୃଷକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି। ଏଥିସହ ଭୂମିହୀନକୁ ଜମି ପ୍ରଦାନ, ଜଳ ସମ୍ପଦର ପରିଚାଳନା, ଶିଳ୍ପର ବିକାଶ, ଶ୍ରମିକ, କର୍ମଚାରୀ ଓ ଶ୍ରମଜୀବୀଙ୍କ ସ୍ବାର୍ଥ ପାଇଁ ଲଢ଼େଇ, ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନିଆଯିବ। ସମସ୍ତଙ୍କ ପାଇଁ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥାର ଗ୍ୟାରେଣ୍ଟି, ପ୍ରତି ପଞ୍ଚାୟତରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା, ଖାଦ୍ୟ ସୁରକ୍ଷାର ସର୍ବଜନୀନ ଅଧିକାର, କର୍ମ ନିଯୁକ୍ତି, ଆଦିବାସୀଙ୍କ ଅଧିକାର, ଦଳିତଙ୍କ ଅଧିକାର, ମହିଳାଙ୍କ ସମାନ ଅଧିକାର, ସଂଖ୍ୟାଲଘୁମାନଙ୍କ ନିରାପତ୍ତା, ତୃତୀୟ ଲିଙ୍ଗି ବର୍ଗର ଅଧିକାର, ଶିଶୁ ସୁରକ୍ଷା, ଦିବ୍ୟାଙ୍ଗଙ୍କ ଅଧିକାର, ମାନବିକ ଅଧିକାରର ସୁରକ୍ଷା, ସହରାଞ୍ଚଳର ବସ୍ତିବାସିନ୍ଦା ଓ ସହରାଞ୍ଚଳ ଗରିବଙ୍କର ସ୍ବାର୍ଥ ପାଇଁ ଲଢ଼େଇ ଜାରି ରହିବ। ସାମାଜିକ ନିରାପତ୍ତା, ପ୍ରାକୃତିକ ସମ୍ପାଦ ଓ ପରି‌ବେଶ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟର ପ୍ରତିକାର, ଓଡ଼ିଶାର ପ୍ରାପ୍ୟ ଓଡ଼ିଶାକୁ ଦେବା ପାଇଁ ସିପିଆଇ(ଏମ୍‌) ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe