Budget 2026-27: ବଜେଟ୍: ୨୦୨୬–୨୭ ଓଡ଼ିଶାର ଶ୍ରମଜୀବୀ, କୃଷିଜୀବୀଙ୍କ ପାଇଁ ସହାୟତା ଅତି ନଗଣ୍ୟ: ସିପିଆଇ (ଏମ୍‌)

Advertisment

ଓଡିଶା ବଜେଟ୍: ୨୦୨୬–୨୭ ରାଜ୍ୟର ଶ୍ରମଜୀବୀ ଏବଂ କୃଷିଜୀବୀ ଲୋକଙ୍କ ପାଇଁ  ସହାୟତା ଅତି ନଗଣ୍ୟ ବୋଲି ସି.ପି.ଆଇ.(ଏମ) ଓଡିଶା ରାଜ୍ୟ ସମ୍ପାଦକମଣ୍ଡଳୀ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛି।

ଓଡିଶା ବଜେଟ୍: ୨୦୨୬–୨୭ ରାଜ୍ୟର ଶ୍ରମଜୀବୀ ଏବଂ କୃଷିଜୀବୀ ଲୋକଙ୍କ ପାଇଁ  ସହାୟତା ଅତି ନଗଣ୍ୟ ବୋଲି ସି.ପି.ଆଇ.(ଏମ) ଓଡିଶା ରାଜ୍ୟ ସମ୍ପାଦକମଣ୍ଡଳୀ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛି।

Screenshot 2026-02-20 163827

ଭୁବନେଶ୍ବର: ଓଡିଶା ବଜେଟ୍: ୨୦୨୬–୨୭ ରାଜ୍ୟର ଶ୍ରମଜୀବୀ ଏବଂ କୃଷିଜୀବୀ ଲୋକଙ୍କ ପାଇଁ  ସହାୟତା ଅତି ନଗଣ୍ୟ ବୋଲି ସି.ପି.ଆଇ.(ଏମ) ଓଡିଶା ରାଜ୍ୟ ସମ୍ପାଦକମଣ୍ଡଳୀ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛି। ରାଜ୍ୟ ସରକାର ଏହି ବଜେଟ୍‌କୁ ‘ଗରିବମୁଖୀ’ ଓ ‘ସମାବେଶୀ’ ବୋଲି ପ୍ରଚାର କରୁଥିଲେ ମଧ୍ୟ, ପ୍ରକୃତରେ ଏହା ଶ୍ରମିକ, କୃଷକ, ଯୁବ, ମହିଳା ଓ ପଛୁଆ ବର୍ଗର ମୂଳ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ କୌଣସି ପ୍ରାବଧାନ ହୋଇନାହିଁ। ଏହି ବଜେଟ୍ ପୂର୍ବପରି କର୍ପୋରେଟ ସପକ୍ଷବାଦୀ ଓ ଲୋକ ବିରୋଧୀ ଆଭିମୁଖ୍ୟକୁ ଜାରି ରଖିଛି।

ସିପିଆଇ (ଏମ୍‌) ପକ୍ଷରୁ କୁହାଯାଇଛି ଯେ, ମୂଲ୍ୟବୃଦ୍ଧି ଓ ବେକାରୀ ସମସ୍ୟା ଉପରେ ପ୍ରଭାବୀ ପଦକ୍ଷେପ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଯୁବମାନଙ୍କ ମଧ୍ୟରେ ବଢୁଥିବା ଉତ୍କଟ ବେକାରୀ ସମସ୍ୟା କୁ ରୋକିବା ପାଇଁ ବଜେଟ୍‌ରେ କୌଣସି ଠୋସ ପଦକ୍ଷେପ ଦେଖାଯାଉ ନାହିଁ। କେବଳ କୌଶଳ ଶିକ୍ଷାର ସ୍ଲୋଗାନ୍ ଦେଇ ବେକାରୀ ସମସ୍ୟାର ସମାଧାନ ସମ୍ଭବ ନୁହେଁ। ସରକାରୀ ବିଭାଗ ଗୁଡ଼ିକ ରେ ଖାଲି ପଡ଼ିଥିବା ସମସ୍ତ ପଦବୀ ଗୁଡ଼ିକୁ ପୂରଣ କରିବା ପାଇଁ ଆବଶ୍ୟକ ଅର୍ଥ ବ୍ୟୟ ବରାଦ ହୋଇ ନାହିଁ। କୃଷି ଓ କୃଷକ ସମସ୍ୟାକୁ ପୁଣି ଅବହେଳା କରାଯାଇଛି। କାଗଜରେ ଆବଣ୍ଟନ ବୃଦ୍ଧି ଦେଖାଯାଇଥିଲେ ମଧ୍ୟ, ଉପଯୁକ୍ତ ସର୍ବନିମ୍ନ ସହାୟକ ମୂଲ୍ୟ/ଏମଏସପି, ସାର୍ବଜନୀନ ଧାନ କ୍ରୟ, ଜଳସେଚନ ସମ୍ପ୍ରସାରଣ, କ୍ଷୁଦ୍ର, ନାମମାତ୍ର, ଗରିବ ଓ ଭାଗଚାଷୀ ଙ୍କୁ ଋଣ ଛାଡ, ଇନପୁଟ ସବସିଡ  ଭଳି ମୂଳ ସମସ୍ୟାର ସମାଧାନ ପାଇଁ ବଜେଟ ରେ କୌଣସି ପ୍ରାବଧାନ ନାହିଁ। ବିଶାଳ ସଂଖ୍ୟାର ଭାଗଚାଷୀ  ଓ କୃଷି ଶ୍ରମିକମାନେ  ସର୍ବନିମ୍ନ ସୁବିଧା ପାଇବା ପାଇଁ କୌଣସି ଘୋଷଣା ହୋଇ ନାହିଁ। 

କର୍ପୋରେଟ୍- କୈନ୍ଦ୍ରିକ ବିକାଶ ମଡେଲ୍ ଜାରି ରହିଛି। ପ୍ରାକୃତିକ ସମ୍ପଦ ଓ ସରକାରୀ ସମ୍ପତ୍ତିକୁ ବଡ଼ କର୍ପୋରେଟ୍‌ଙ୍କ ହାତରେ ଟେକିଦେବା ନୀତି ବଳବତ୍ତର ରହିଛି। ସରକାରୀ ଉଦ୍ୟୋଗ ଗୁଡିକୁ ମଜବୁତ କରିବା ଉପରେ  ଗୁରୁତ୍ୱ ଦିଆଯାଇନାହିଁ। ଶ୍ରମ ଆଇନର ଉଲ୍ଲଂଘନ ହେଉଛି। ଅସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ବିସ୍ତାର, ନ୍ୟୁନତମ ମଜୁରୀ ଓ ଚାକିରି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବଜେଟ୍‌ରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନାହିଁ। ଠିକା ପ୍ରଥା ଓ ଅସ୍ଥିର କାମ/ଚାକିରି ଏବଂ ଅନିଶ୍ଚିତ ରୋଜଗାର ବିଷୟରେ ସରକାରଙ୍କ ନୀରବତା ଗଭୀର ଚିନ୍ତାର ବିଷୟ ବୋଲି ସି ପି ଆଇ(ଏମ୍) ଓଡ଼ିଶା ରାଜ୍ୟ ସମ୍ପାଦକମଣ୍ଡଳୀ ତରଫରୁ କୁହାଯାଇଛି।

ସିପିଆଇ (ଏମ୍‌) ପକ୍ଷରୁ କୁହାଯାଇଛି ଯେ, ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ଯଥାର୍ଥ ଗୁରୁତ୍ୱ ଦିଆଯାଇ ନାହିଁ। ସରକାରୀ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ଆବଶ୍ୟକତା ଅନୁଯାୟୀ ଅର୍ଥ ପାଉନାହାଁନ୍ତି। ସରକାରୀ ପ୍ରତିଷ୍ଠାନକୁ ମଜବୁତ କରିବା ପରିବର୍ତ୍ତେ ବେସରକାରୀକରଣକୁ ପରୋକ୍ଷ ଭାବେ ପ୍ରୋତ୍ସାହନ ଦିଆଯାଉଛି। ବହୁ ସଂଖ୍ୟକ ଜଙ୍ଗଲ ଅଧିକାର ପଟ୍ଟା ଦାବି ଅପେକ୍ଷାରେ ଥିବା ସତ୍ତ୍ୱେ, ସେଗୁଡ଼ିକୁ ସମାଧାନ କରିବା ପାଇଁ ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ଆଦିବାସୀ ଜମି ସୁରକ୍ଷା ଓ ବଳପୂର୍ବକ ଜମି ଅଧିଗ୍ରହଣ ବନ୍ଦ କରିବା ନେଇ ସରକାର ନୀରବ ରହିଛି। ସହର ଗରିବ ଓ ବାସସ୍ଥାନ ସମସ୍ୟାକୁ ଯଥେଷ୍ଟ ଗୁରୁତ୍ୱ ମିଳିନାହିଁ। ବସ୍ତି ବାସିନ୍ଦା, ଅଣ ସଂଗଠିତ ଶ୍ରମିକ ଶ୍ରମିକ ଓ ସହର ଗରିବଙ୍କ ପାଇଁ କୌଣସି ନୀତି ଏହି ବଜେଟ୍‌ରେ ଦେଖା ଯାଉନାହିଁ।

ଆହୁରି ପଢ଼ନ୍ତୁ: Meeting with CEOs: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୋଲ୍‌ଟେବୁଲ ବୈଠକ

ସି.ପି.ଆଇ.(ଏମ) ମନେ କରେ ଯେ ରାଜ୍ୟର ବିକଶ ଏହି ପ୍ରକୃତ ଜନମୁଖୀ ନୀତି ଆବଶ୍ୟକ। ଏହି ପରିପ୍ରେକ୍ଷୀ ରେ ସି.ପି. ଆଇ.(ଏମ୍) ନିମ୍ନଲିଖିତ ପଦକ୍ଷେପ ଦାବି କରୁଛି। ସରକାରୀ ପୁଂଜି ବିନିଯୋଗ ବଢାଇ ନିଯୁକ୍ତି ଗ୍ୟାରେଣ୍ଟି ଓ ସହର ରୋଜଗାର ଯୋଜନା ଆରମ୍ଭ କରାଯାଉ। ଏମ.ଏସ.ପି ର ଆଇନଗତ ସୁନିଶ୍ଚିତ କରି ସାର୍ବଜନୀନ ଧାନ କ୍ରୟ କରାଯାଉ। ସରକାରୀ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ  ମଜବୁତ କରାଯାଉ। ଜଙ୍ଗଲ ଅଧିକାର ଦାବିଗୁଡ଼ିକୁ ସମୟସୀମା ଭିତରେ ଚୁଡାନ୍ତ କରାଯାଉ। ସମସ୍ତ ଅସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଦିଆଯାଉ। ଅନିୟନ୍ତ୍ରିତ ବେସରକାରୀକରଣ ଓ କର୍ପୋରେଟ୍ ସୁବିଧା ବନ୍ଦ କରାଯାଉ। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉ। ଓଡିଶା ବଜେଟ୍ ୨୦୨୬–୨୭ ଦାବିରେ ବଡ଼ ହେଲେ ମଧ୍ୟ ଶ୍ରମଜୀବୀ ଲୋକଙ୍କ ଜୀବିକା ସଙ୍କଟ ସମାଧାନରେ ଦୁର୍ବଳ  ସ୍ଥିତି ରେ ରହିଛି। ସି.ପି.ଆଇ.(ଏମ) ଶ୍ରମିକ, କୃଷକ, ଯୁବ, ମହିଳା ଓ ଗଣତାନ୍ତ୍ରିକ ଶକ୍ତିମାନଙ୍କୁ ଏକତ୍ରିତ ହୋଇ  ଲୋକାଭିମୁଖୀ ନୀତି ପାଇଁ ଆନ୍ଦୋଳନ କୁ ତୀବ୍ର କରିବାକୁ ଆହ୍ୱାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe