ସିଏଏ, ଏନ୍‌ଆରସିକୁ ବିରୋଧ, ୧୬ରେ ସିପିଆଇ(ଏମ୍‌)ର ସମାବେଶ

Advertisment
ସିଏଏ, ଏନ୍‌ଆରସିକୁ ବିରୋଧ, ୧୬ରେ ସିପିଆଇ(ଏମ୍‌)ର ସମାବେଶ

Sentinel Assam

ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନ(ସିଏଏ), ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି) ଓ ଜାତୀୟ ଜନଗଣନା ପଞ୍ଜିକା(ଏନ୍‌ପିଆର) ପ୍ରତ୍ୟାହାର ଦାବିରେ ସିପିଆଇ(ଏମ୍‌) ଏକ ସମାବେଶ ଆୟୋଜନ କରିବାକୁ ଯାଉଛି। ଆସନ୍ତା ୧୬ ତାରିଖ‌ରେ ହେବାକୁ ଥିବା ଏହି ସମାବେଶରେ ଅନ୍ୟାନ୍ୟ ବାମପନ୍ଥୀ ଦଳ ସହ ବୁଦ୍ଧିଜୀବୀମାନଙ୍କୁ ସାମିଲ କରାଯିବ ବୋଲି ଆଜି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ‌ରେ ଦଳର ସମ୍ପାଦକ ଅଳି କିଶୋର ପଟ୍ଟନାୟକ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସିଏଏ ସମ୍ବିଧାନବିରୋଧୀ। ସମ୍ବିଧାନ ଧାରା ୧୪ ଓ ୧୫ ଅନୁଯାୟୀ ସମାନତା ଅଧିକାର ଏହା ଦ୍ବାରା କ୍ଷୁଣ୍ଣ ହେବ। ରାଜନୈତିକ ଫାଇଦା ନେବା ପାଇଁ କେନ୍ଦ୍ର ସରକାର ଏପରି ଯୋଜନା କରିଛନ୍ତି। ସାରା ଦେଶରେ ଏହାର ପ୍ରତିବାଦ ହେଉଛି। ସରକାର ଏହାକୁ ପ୍ରତ୍ୟାହାର କରିବା ପରିବର୍ତ୍ତେ ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରୁଛନ୍ତି। ପୁଲିସ ଗୁଳିରେ ୨୦ଜଣ ଆନ୍ଦୋଳନକାରୀଙ୍କର ଜୀବନ ଗଲାଣି।‌ ଗୋଟିଏ ପଟେ ଓଡ଼ିଶାର ଭୂମିହୀନଙ୍କୁ ଜମି ପ୍ରଦାନରେ ସରକାର ବିଫଳ ହୋଇଥିବା ବେଳେ ଶରଣାର୍ଥୀଙ୍କୁ କେଉଁଠି ଥଇଥାନ କରିବେ? ଏଣେ ବିଜେଡି ସିଏଏକୁ ସମର୍ଥନ କରି ଏନ୍‌ଆରସିକୁ ବିରୋଧ କରିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। ସମ୍ବିଧାନ ଏବଂ ଧର୍ମନିରପେକ୍ଷତାକୁ ରକ୍ଷା କରିବା ପାଇଁ ସିପିଆଇ(ଏମ୍‌)ଏହି ଜନବି‌ରୋଧୀ ଆଇନ ପ୍ରତ୍ୟାହାର ଦାବି କରୁଛି ବୋଲି ସେ କହିଛନ୍ତି। ଏହି ଅବସରରେ ‘ନାଗରିକତା ସଂଶୋଧନ ଆଇନ: ସମ୍ବିଧାନ ବିରୋଧୀ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟ‌ରେ ଜନାର୍ଦ୍ଦନ ପତି, ଜଗନ୍ନାଥ ମିଶ୍ର, ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ, ପୁଷ୍ପା ଦାଶ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe