ସୁନ୍ଦରଗଡ଼ ଜିଲ୍ଲାରେ ୪ ବ୍ଲକ୍‌ରୁ ସିପିଏମ୍‌ ହା‌ତେଇଲା ୩

Advertisment
ସୁନ୍ଦରଗଡ଼ ଜିଲ୍ଲାରେ ୪ ବ୍ଲକ୍‌ରୁ ସିପିଏମ୍‌ ହା‌ତେଇଲା ୩

Telegraph India

ରାଉରକେଲା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ଶାସକ ବିଜେଡ଼ି ଆଶାତୀତ ସଫଳତା ପାଇଛି। ତେବେ ଅର୍ଦ୍ଧାଧିକ ଖଣି ଅଞ୍ଚଳ ଥିବା ବଣାଇଁ ବିଧାନସଭା କ୍ଷେତ୍ରରେ ସିପିଆଇ (ଏମ୍) ନିଜର ପାରମ୍ପରିକ ଦବ୍‌ଦବା ବଜାୟ ରଖିବାରେ ସଫଳ ହୋଇଛି। ଉଲ୍ଲେଖନୀୟ ଯେ ବଣାଇଁରେ ବର୍ତ୍ତମାନ ସିପିଆଇ (ଏମ୍)ର ବିଧାୟକ ଅଛନ୍ତି।

ଥିବା ୪ଟି ବ୍ଲକ୍‌- ବଣାଇଁଗଡ଼, କୋଇଡ଼ା, ଲହୁଣିପଡ଼ା ଓ ଗୁରୁଣ୍ଡିଆ ଭିତରୁ ୩ଟିରେ ସିପିଆଇ (ଏମ୍) ପ୍ରାର୍ଥୀ ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି। ୧୫ ପଞ୍ଚାୟତ ବିଶିଷ୍ଟ କୋଇଡ଼ା ଅଧ୍ୟକ୍ଷ ଭାବେ ସିପିଆ‌ଇ (ଏମ୍) ସମର୍ଥିତ ପ୍ରାର୍ଥୀ ସୁରେଶ ନାଏକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାବେଳେ ଗୁରୁଣ୍ଡିଆ ଅଧ୍ୟକ୍ଷ ଭାବେ ଏହି ଦଳ ସମର୍ଥିତ ଜାର୍ଜନିଆ ବୁଡ଼ ନିର୍ବାଚିତ ହୋଇଛନ୍ତି। କେବଳ ସେତିକି ନୁହେଁ, ଲହୁଣିପଡ଼ା ଅଧ୍ୟକ୍ଷା ଭାବେ ସିପିଆଇ (ଏମ୍‌) ସମର୍ଥିତା ଶୁକମତି ମୁଣ୍ଡା ନିର୍ବାଚିତ ହୋଇଛନ୍ତି। ବଣାଇଁଗଡ଼ ଅଧ୍ୟକ୍ଷ ଭାବେ ଅବଶ୍ୟ ବିଜେଡି ସମର୍ଥିତ ମଞ୍ଜୁଲତା କିସାନ ବିଜୟଲାଭ କରିଛନ୍ତି। ସେଠାରେ ସିପିଆଇ (ଏମ୍‌)ର ଅମ୍ବିକା କିସାନ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe