ଚନ୍ଦନେଶ୍ୱର: ୫୦୦ ବର୍ଷ ପୁରୁଣା ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଚନ୍ଦନେଶ୍ବର ଶିବମନ୍ଦିର ବିପଦସଙ୍କୁଳ ହୋଇପଡ଼ିଛି। ମୁଖ୍ୟ ମନ୍ଦିରର ଉପର ଭାଗରେ ଫାଟ ସୃଷ୍ଟି ହୋଇ ପାଣି ଗଳୁଥିବା ବେଳେ ନାଟ ମନ୍ଦିର ବି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଚନ୍ଦନେଶ୍ବର ଶିବ ମନ୍ଦିରକୁ ପ୍ରତିଦିନ ଭାରତର ବିଭିନ୍ନ ରାଜ୍ୟରୁ ଭକ୍ତମାନେ ଆସନ୍ତି। ବିଶେଷକରି ଚଡ଼କ ମେଳା, ମହାଶିବରାତ୍ରି ଓ ଶ୍ରାବଣ ପୂର୍ଣ୍ଣିମାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ୫୦୦ ବର୍ଷ ତଳେ ଇଟା, ବାଲି, ଚୂନ ଓ ସୁଡୁକି ବ୍ୟବହାର ସହ ପାରମ୍ପରିକ ଉପାୟରେ ମନ୍ଦିର ନିର୍ମାଣ ହୋଇଥିଲା। ତେବେ ବହୁବର୍ଷ ଧରି ମରାମତି ନହେବା ଯୋଗୁ ମନ୍ଦିର ଦୁସ୍ଥିତିକୁ ଚାଲିଆସିଛି। ମୁଖ୍ୟ ମନ୍ଦିରର ଉପର ଭାଗରେ ଫାଟ ସୃଷ୍ଟି ହୋଇ ପାଣି ଗଳୁଥିବା ବେଳେ ନାଟ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।
ଫଳରେ ଭକ୍ତମାନଙ୍କ ପ୍ରତି ବିପଦ ଦେଖାଦେଇଛି। ବିଜେଡି ସରକାର ଅମଳରେ ରାଜ୍ୟ ପର୍ଯ୍ୟଟନ ବିଭାଗ ୩ କୋଟି ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲା। ଯେଉଁ ଟଙ୍କାରେ ମନ୍ଦିର ପରିସରରେ ସୌନ୍ଦର୍ଯ୍ୟୀକରଣ କାମ ହୋଇଛି। କିନ୍ତୁ ମନ୍ଦିରର ମରାମତି କରାଗଲାନି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଚନ୍ଦନେଶ୍ବର ଶିବ ମନ୍ଦିରର ମୌରସୀ ତପନ କୁମାର ପଣ୍ଡା ଓ ଉପମୌରସୀ ବୁଦ୍ଧଦେବ ପଣ୍ଡାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେମାନେ କହିଛନ୍ତି, ସରକାର ତୁରନ୍ତ ମନ୍ଦିରର ସ୍ଥିତି ଯାଞ୍ଚ କରନ୍ତୁ ଏବଂ ମରାମତି ବ୍ୟବସ୍ଥା ହେଉ। ନଚେତ୍ କେତେବେଳେ ଯେ ଅଘଟଣ ଘଟିବ, ସେକଥା କହିହେବନି।
Follow Us