ରେଳଧାରଣାରେ ଫାଟ; ଦୁର୍ଘଟଣାରୁ ବର୍ତ୍ତିଲା ଉତ୍କଳ ଏକ୍ସପ୍ରେସ୍

Advertisment
ରେଳଧାରଣାରେ ଫାଟ; ଦୁର୍ଘଟଣାରୁ ବର୍ତ୍ତିଲା ଉତ୍କଳ ଏକ୍ସପ୍ରେସ୍

ରାଉରକେଲା: ରେଳ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଆଜି ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଉତ୍କଳ ଏକ୍ସପ୍ରେସ୍‌। ଏମିତି ଘଟଣା ଘଟିଛି ହାୱଡା-ମୁମ୍ବାଇ ମୁଖ୍ୟ ମାର୍ଗର ସୋନୁଆ ଓ ଟୁନିଆ ଷ୍ଟେସନ ମଧ୍ୟରେ। ରେଳଧାରଣାରେ ଫାଟ ଦେଖି କର୍ମଚାରୀମାନେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସକାଳ ପ୍ରାୟ ୮ଟାରେ ଏହି ଅଘଟଣ ଘଟିଥିଲା। ରେଳବାଇ ଟେକ୍ନିକାଲ ଟିମ୍‌ ରେଳଧାରଣା ଫାଟକୁ ମରାମତି କରିବା ପରେ ଟ୍ରେନ୍‌ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା। କିଛି ସମୟ ଟ୍ରେନ୍‌ ରହିଥିବାରୁ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥିଲା। ରାଉରକେଲା ଷ୍ଟେସନରେ ଉତ୍କଳ ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଞ୍ଚିଥିଲା। କାହିଁକି ଏମିତି ହେଲା, ବିଭାଗୀୟ ଅଧିକାରୀ ତା’ର ତଦନ୍ତ ଆରମ୍ଭ କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe