ବାଣ ବେପାରକୁ କରୋନା ମାଡ଼; ୫ କୋଟିର ବେପାର ଠପ୍‌, ବଢ଼ିବ ଚୋରା କାରବାର

Advertisment

ହାତ ବାନ୍ଧି ବସିଛନ୍ତି ୨୦୦ ବେପାରୀ

ହାତ ବାନ୍ଧି ବସିଛନ୍ତି ୨୦୦ ବେପାରୀ

ବାଣ ବେପାରକୁ କରୋନା ମାଡ଼; ୫ କୋଟିର ବେପାର ଠପ୍‌, ବଢ଼ିବ ଚୋରା କାରବାର

ରାଉରକେଲା: ଆଉ ମାତ୍ର ୫ ଦିନ ପରେ ଆଲୋକପର୍ବ ଦୀପାବଳୀ। କରୋନାମାଡ଼ ଆନନ୍ଦ ଓ ଉଲ୍ଲାସର ଏହି ପର୍ବକୁ ଫିକା କରିଦେଇଛି । ଦୀପାବଳୀରେ ବାଣଫୁଟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି ସରକାର। ଘରେ କେବଳ ଦୀପଟିଏ ଜାଳି ଦୀପାବଳୀ ପାଳିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ବାଣ ନ ଫୁଟାଇଲେ ଦୀପାବଳୀର କିଛି ମଜା ନଥାଏ। ଏସବୁ ଭିତରେ ଦୀପାବଳୀକୁ ପାଳନକୁ ନେଇ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି ସହରବାସୀ। କରୋନା କଟକଣା ଯୋଗୁଁ ଗତବର୍ଷ ସହରରେ ବାଣ ବିକ୍ରିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୂର୍ଣ୍ଣ ବାରଣ କରାଯାଇଥିଲା। ବାଣବିକ୍ରେତା ସଂଘ ପକ୍ଷରୁ ଗତବର୍ଷ ବାଣ ବିକିବାକୁ ଜିଲ୍ଲା ପ୍ରଶାସନକୁ ଅନୁମତି ଲୋଡାଯାଇଥିଲା।

କରୋନା ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବାଣ ବିକ୍ରିକୁ ଅନୁମତି ଦେଇନଥିଲେ। ଗତବର୍ଷ ପରି ଚଳିତ ବର୍ଷ ସହରରେ ବାଣ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏଥିପ୍ରତି ସହରରେ ଜଣେ ହେଲେ ବ୍ୟବସାୟୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ଅନୁମତି ପାଇଁ ଆବେଦନ କରିନାହାନ୍ତି। ଫଳରେ ସହରରେ ଠପ୍‌ ହୋଇଯାଇଛି ୫ କୋଟି ଟଙ୍କାର ବାଣ ବେପାର। କରୋନାର ପ୍ରଥମ ଲହରରେ ହାତ ବାନ୍ଧି ବସିଥିବା ବେପାରୀଙ୍କୁ ପୁଣି ନିରାଶ ହେବାକୁ ପଡିଛି। ସହର ପୌରାଞ୍ଚଳ ଓ ଇସ୍ପାତ ସହରାଞ୍ଚଳରେ ପ୍ରାୟ ୨୦୦ରୁ ଅଧିକ ‌ଖୁଚୁରା ବେପାରୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୦ରୁ ଅଧିକ ହୋଲ୍‌ସେଲ୍‌ ବେପାରୀ ଅଛନ୍ତି ୧୦ରୁ ଅଧିକ। ପ୍ରତ୍ୟେକ ହୋଲ୍‌ସେଲ୍‌ ବେପାରୀ ଦୀପାବଳୀ ପୂର୍ବରୁ ୫୦ ଲକ୍ଷରୁ ଆରମ୍ଭ କରି ୧ କୋଟି ଟଙ୍କାରେ ବାଣ ଗଚ୍ଛିତ ରଖିଥାନ୍ତି।

publive-image

ସହରର ବିର୍ସା ମୁଣ୍ଡା ଷ୍ଟାଡିୟମ, ସେକ୍ଟର-୧୩ ମେଲଣ ପଡିଆ, ଫର୍ଟିଲାଇଜର ବୋଇତବନ୍ଦାଣ ପଡ଼ିଆ, ବେଦବ୍ୟାସ, ଛେଣ୍ଡ କଲୋନି, ଝିରପାଣି ଆଦି ଖୋଲାସ୍ଥାନରେ ବାଣ ଦୋକାନ ଖୋଲିଥାଏ। ବିଭିନ୍ନ ପ୍ରକାର ବାଣ ଛତିଶଗଡ଼ର ରାଇପୁର, ତାମିଲନାଡୁର ଶିବକାସି, କଟକର କୁଆଖିଆ, ସାଲେପୁର, କଲିକତା ଓ ବରଗଡରୁ କୋଟି କୋଟି ଟଙ୍କାର ବାଣ ଆସିଥାଏ। ଦୁଇ ବର୍ଷ ଧରି ବାଣ ବ୍ୟବସାୟ ବନ୍ଦ ରହିଥିବାରୁ ଉଭୟ ଖୁଚୁରା ଓ ହୋଲ୍‌ସେଲ୍‌ ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେପଟେ ଗତବର୍ଷ ପରି ଚଳିତ ବର୍ଷ ବାଣ ବେପାର ଚୋରା କାରବାର ବଢ଼ିବା ଢ଼େର ଆଶଙ୍କା ରହିଛି। ବାଣ ବିକ୍ରି ଓ ଫୁଟାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବା ସତ୍ବେ ଗତବର୍ଷ ସହରରେ ଅଧିକାଂଶ ସ୍ଥାନରେ ଚୋରା ବାଣ ବିକ୍ରି ହୋଇଥିଲା। ସ୍ଥାନୀୟ ପୁଲିସ ଯାହାର ଟେର୍‌ ପାଇପାରି ନଥିଲା। କିଛି ଅସାଧୁ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲେ। ଜିଲ୍ଲା ପ୍ରଶାସନ ବାରଣ ସତ୍ବେ ସହରର ଛେଣ୍ଡ କଲୋନି, ସିଭିଲଟାଉନସିପ୍‌, ବାସନ୍ତୀ କଲୋନି, ଇସ୍ପାତ ସହରାଞ୍ଚଳରେ ଦିପାବଳୀର ଦୁଇ ଦିନ ପୂର୍ବରୁ ବାଣଫୁଟା ଆରମ୍ଭ ହୋଇଯାଇଥିଲା। ଏବେଠୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୁଲିସ ଅସାଧୁ ହୋଲ୍‌ସେଲ୍‌ ବେପାରୀଙ୍କ ଉପରେ କଡା ନଜର ରଖିବାର ଆବଶ୍ୟକତା ରହିଛି। କାରଣ ବାଣ ହୋଲ୍‌ସେଲ୍‌ ବ୍ୟବସାୟୀଙ୍କ ନିକଟରେ ଏବେ ଲକ୍ଷ ଲକ୍ଷ ଟଙ୍କାର ବାଣ ଗଚ୍ଛିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe