‘ଚିନ୍ତାନାୟକଙ୍କ ସୃଜନଶୀଳତା ସମାଜକୁ ବଦଳାଇଦିଏ’

Advertisment

ଡ. ଅରୁଣ ସାହୁଙ୍କ ସମ୍ପାଦିତ ପୁସ୍ତକ ‘ଯୌବନ' ଲୋକାର୍ପିତ

ଡ. ଅରୁଣ ସାହୁଙ୍କ ସମ୍ପାଦିତ ପୁସ୍ତକ ‘ଯୌବନ' ଲୋକାର୍ପିତ

‘ଚିନ୍ତାନାୟକଙ୍କ ସୃଜନଶୀଳତା ସମାଜକୁ ବଦଳାଇଦିଏ’

ନୟାଗଡ଼ : ଚିନ୍ତାନାୟକଙ୍କ ସୃଜନଶୀଳତା ସମାଜକୁ ବଦଳାଇଦିଏ’। ନିଜ ଦ୍ବାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ଯୌବନ’ର ଲୋକାର୍ପଣ ଅବସରରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହା କହିଛନ୍ତି।

ରବିବାର ଦିନ ଭର୍ଚୁଆଲ ମାଧ୍ୟମରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ବିଜେଡି କାର୍ଯ୍ୟାଳୟ ପରିସରରୁ ମନ୍ତ୍ରୀ ଡ. ସାହୁ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ସାହିତ୍ୟପ୍ରେମୀ ଏଥିରେ ସାମିଲ୍‌ ହୋଇଥିଲେ। ବିଶିଷ୍ଟ ‌ଔପନ୍ୟାସିକ ବିଭୂତି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁସ୍ତକର ଲୋକାର୍ପଣ କରିଥିଲେ। ରାଜନେତା ଅରୁଣଙ୍କର ସାହିତ୍ୟ ପ୍ରତି ଥିବା ରୁଚି ଏବଂ ଭଲ ପାଇବାକୁ ଶ୍ରୀ ପଟ୍ଟନାୟକ ଉଚ୍ଛ୍ବସିତ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ‘କଥା’ର ସମ୍ପାଦକ ତଥା ବିଶିଷ୍ଟ କଥାକାର ଡ.ଗୌରହରି ଦାସ ଲବ୍ଧପ୍ରତିଷ୍ଠ ସାହିତ୍ୟିକଙ୍କ ଉପରେ ଆଲୋକପାତ କରିବା ସହିତ ସୁବିଧା, ସୁଯୋଗ, ‌ପ୍ରାଚୁର୍ଯ୍ୟ ସାରସ୍ୱତ ଜୀବନ ଉପରେ ପ୍ରଭାବ ପକାଇପାରେ ନାହିଁ ବୋଲି କହିଥିଲେ। ‘ଯୌବନ’ର ସଂକଳକ ତଥା ସମ୍ପାଦକ ଡ. ସାହୁ ନିଜର ବକ୍ତବ୍ୟରେ କହିଥିଲେ, ଅନେକ କିଛି ହାସଲ କରିବାର ସମସ୍ତ ସମ୍ଭାବନା ଯୌବନରେ ରହିଛି । ଯୌବନରେ ସୃଜନଶୀଳତା ଭରପୂର ହୋଇରହିଥାଏ। ଜଣେ ଚିନ୍ତାନାୟକଙ୍କ ସୃଜନଶୀଳତା ସମାଜର ଗତିପଥ ବଦଳାଇ ଦେଇପାରେ ବୋଲି ସେ କହିଥିଲେ। କଥାକାର ଡ. ଅରବିନ୍ଦ ରାୟ, ହିରଣ୍ମୟୀ ମିଶ୍ର ଉକ୍ତ ପୁସ୍ତକ ସମୀକ୍ଷା କରିଥିଲେ।

ପକ୍ଷୀଘର ପ୍ରକାଶନୀ ସଂସ୍ଥାର ମୁଖ୍ୟ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରାଜ୍ୟର ବହୁ ବିଶିଷ୍ଟ ସାହିତ୍ୟିକ ଏହି ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଡ଼ି ‌ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ପକ୍ଷୀଘର ପ୍ରକାଶନୀ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ସମୁଦାୟ ୨୨ଟି ଗଳ୍ପ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe