କରୋନାରେ ମୃତ ଶିକ୍ଷକଙ୍କ ଶବଦାହ ନେଇ ପ୍ରଶାସନ ହଟହଟା

Advertisment
ବାପାଙ୍କ ମୃତ୍ୟୁର ଦୁଇଦିନ ପରେ ପୁଅ ମୃତ

123rf.com

କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା : କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ଶବ ଦାହ କରିବା ପାଇଁ ପ୍ରଶାସନକୁ ହଟହଟା ହେବାକୁ ପଡ଼ିଛି। ଏପରି ଏକ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା କରଞ୍ଜିଆରେ।

ତାଟୋସ୍ଥ କୋଭିଡ୍‌ କେୟାର ସେଣ୍ଟରରେ ଜଣେ କରୋନା ଆକ୍ରାନ୍ତ ଶିକ୍ଷକ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୃତଦେହକୁ କରଂଜିଆ ଏନ୍‌ଏସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଥିବା ଶ୍ମଶାନରେ ଦାହ କରିବା ପାଇଁ ନିଆଯାଇଥିଲା। ହେଲେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ। ଫଳରେ ମୃତଦେହକୁ ୧୩ ନମ୍ବର ୱାର୍ଡରେ ଥିବା ଶ୍ମଶାନକୁ ନିଆଯାଇଥିଲା। ସେଠାରେ ମଧ୍ୟ ଲୋକମାନେ ଶବଦାହକୁ ବିରୋଧ କରିଥିଲା। ସେମାନେ କରୋନାରେ ମୃତ ବ୍ୟକ୍ତିଙ୍କ ଶବଦାହ‌ ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରିବାକୁ ଦାବି କରିଥିଲେ। ଖବର ପାଇ କରଞ୍ଜିଆ ପୁଲିସ ଶ୍ମଶାନରେ ପହଂଚିଥିଲା। ଲୋକଙ୍କୁ ବୁଝାସୁଝା ପରେ ସେହିଠାରେ ହିଁ ଶବଦାହ ହୋଇଥିଲା। ଏହି ସମୟରେ କରଂଜିଆ ତହସିଲଦାର ସ୍ମୃତିରଂଜନ ସାହୁ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ ଓ ମେଡିକାଲ୍‌ ମ୍ୟାନେଜର ଆଲୋକ କୁମାର ଗୋଛାୟତ ଉପସ୍ଥିତ ଥିଲେ।

ତେବେ ଏନେଇ ଉପଜିଲ୍ଲାପାଳ ଡ. ରଜନୀକାନ୍ତ ବିଶ୍ୱାଳଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ବିଡିଓ ଓ ଏନ୍‌ଏସି ଅଫିସରଙ୍କ ସହ ଆଲୋଚନା କରି କରୋନା ଆକ୍ରାନ୍ତ ମୃତବ୍ୟକ୍ତିଙ୍କ ଶବଦାହ ପାଇଁ ଏକ ନିର୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe