ଶିଶୁ ଓ ମହିଳାଙ୍କ ବିରୋଧରେ ହିଂସା ରୋକିବା ଲାଗି ଗଠନ ହେବ ପୁଲିସର ସ୍ପେଶାଲ ଓ୍ଵିଙ୍ଗ୍‌: ମୁଖ୍ୟମନ୍ତ୍ରୀ

Advertisment
ଶିଶୁ ଓ ମହିଳାଙ୍କ ବିରୋଧରେ ହିଂସା ରୋକିବା ଲାଗି ଗଠନ ହେବ ପୁଲିସର ସ୍ପେଶାଲ ଓ୍ଵିଙ୍ଗ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଶୁ ଓ ମହିଳାଙ୍କ ବିରୋଧରେ ହିଂସା ରୋକିବ ପୁଲିସର ସ୍ପେଶାଲ ଓ୍ଵିଙ୍ଗ୍‌। ରାଜ୍ୟରେ ପୁଲିସର ସ୍ପେଶାଲ ଓ୍ଵିଙ୍ଗ୍‌ ଗଠନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ୬୨ତମ ବରିଷ୍ଠ ପୁଲିସ ଅଧିକାରୀ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁଲିସର ସ୍ୱତନ୍ତ୍ର ଓ୍ଵିଙ୍ଗ୍‌ ମହିଳା ଓ ଶିଶୁ ହିଂସା ନିରୋଧ ପାଇଁ ସେବା ଯୋଗାଇବ। ମହିଳା ଓ ଶିଶୁଙ୍କ ପ୍ରତି ହିଂସା ରୋକିବା ଉପରେ ଗୁରୁତ୍ୱ ରହିଆସିଛି।

ବର୍ଷ ୨୦୨୦ରେ ରାଜ୍ୟରେ ଆଇନ ଶୃଙ୍ଖଳା ଶାନ୍ତିପୂର୍ଣ୍ଣ ରହିଛି। କରୋନା ମହାମାରୀ ସମୟରେ ଓଡ଼ିଶା ପୁଲିସ ବଡ଼ ଭୂମିକା ନେଇଛି। ଡ୍ୟୁଟି ସମୟରେ ଅନେକ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସ୍ୱର୍ଗତ ପୁଲିସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। କରୋନା କାଳରେ ରାଜ୍ୟର ୯୩୦ ଜଣ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ୩୮ ଜଣ ପୁଲିସ କର୍ମଚାରୀଙ୍କ ପରିବାରକୁ ସ୍ୱତନ୍ତ୍ର ବୀମା ଯୋଜନାରେ ସାମିଲ କରାଯାଇଛି। ସେହିଭଳି ୨୯ଟି ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ମାଓହିଂସା କମିଛି। ମାଓ ମୁକାବିଲା ପାଇଁ ପୁଲିସ କଡ଼ାପଦକ୍ଷେପ ନେଉଛି। କନ୍ଧମାଳ ଓ ମାଲକାନଗିରି ଏସ୍‌ପିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

ସଡ଼କ ସୁରକ୍ଷା ସଚେତନା ଉପରେ ମୁଖ୍ୟମନ୍ତ୍ରୀ ନବୀନ ଗୁରୁତ୍ୱ ଦେଇଛନ୍ତି। ସଡ଼କ ଦୁର୍ଘଟଣା ଯୋଗୁଁ ରାଜ୍ୟରେ ଅନେକ ପ୍ରାଣହାନୀ ହେଉଛି। ଏନେଇ ପ୍ରତିକାରମୂଳକ ପଦକ୍ଷେପ ଓ ଜନସଚେତନା ଜରୁରୀ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe