ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମ୍‌ବ୍ରାଞ୍ଚ ତନାଘନା: ଦୀପାଳି ଓ ବିଶାଳଙ୍କୁ ନୋଟିସ୍‌

Advertisment

୨୦୨‌୩ ମସିହାରେ ଘଟିଥିବା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଆଜି ବି ସରଗରମ ଚର୍ଚ୍ଚା ଲାଗିରହିଛି। ଏହି ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗିରହିଛି।

୨୦୨‌୩ ମସିହାରେ ଘଟିଥିବା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଆଜି ବି ସରଗରମ ଚର୍ଚ୍ଚା ଲାଗିରହିଛି। ଏହି ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗିରହିଛି।

sfsfsred

ଭୁବନେଶ୍ବର: ୨୦୨‌୩ ମସିହାରେ ଘଟିଥିବା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଆଜି ବି ସରଗରମ ଚର୍ଚ୍ଚା ଲାଗିରହିଛି। ଏହି ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗିରହିଛି। ଏହା ଭିତରେ ଆସିଛି ପୁଣି ଏକ ରୋଚକ ଖବର। ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଳଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ନୋଟିସ୍ କରିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ସେମାନେ କ୍ରାଇମ୍‌ବ୍ରାଞ୍ଚ୍‌ରେ ହାଜର ହେବାକୁ ନୋଟିସ୍ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତକୁ ନେଇ ସେମାନଙ୍କ କିଛି କହିବାର ଥିଲେ ବା ଆପତ୍ତି ଥିଲେ, ସେମାନେ ସେଦିନ ଜଣାଇପାରିବେ ବୋଲି କୁହାଯାଇଛି। କ୍ରାଇମ୍‌ବ୍ରାଞ୍ଚ୍‌ର ଏହି ନୋଟିସ୍‌ ଏବେ ସବୁ ମହଲରେ ଉତ୍କଣ୍ଠା ବଢ଼ାଇଛି। ଦୀପାଳି ଓ ବିଶାଳ କ୍ରାଇମ୍‌ବ୍ରାଞ୍ଚ୍‌କୁ କ’ଣ କହିବେ? ତଦନ୍ତରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିବେ କି? ତଦନ୍ତର କେଉଁ କେଉଁ ଦିଗକୁ ନେଇ ସେମାନେ ଆପତ୍ତି ଉଠାଇବେ? ଏମିତି ବିଭିନ୍ନ ପ୍ରଶ୍ନକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ତେଣୁ କିଛି ଦିନ ହେଲା ସିବିଆ‌ଇ ତଦନ୍ତ ପ୍ରସଙ୍ଗରେ ଲାଗି ରହିଥିବା ହଟଚମଟ ଏହି ନୋଟିସ୍‌କୁ ନେଇ ପୁଣି ରାଜନୈତିକ ହଇଚଇ ସୃଷ୍ଟି କରିବ ବୋଲି ଜଣାପଡ଼ିଛି।    

ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବେ

ଏହି ମାମଲାରେ ତତ୍କାଳୀନ ବିଜେଡି ସରକାର ଏକ ବଡ଼ ଷଡ୍‌ଯନ୍ତ୍ର କରିଛି ଏବଂ ନବ ଦାସଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରଥମରୁ ବିଜେପିର ବହୁ ନେତା ଅଭିଯୋଗ କରୁଥିଲେ। ଏବେ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତରେ ବହୁ ତ୍ରୁଟି ରହିଛି ବୋଲି ଅଭିଯୋଗ କରିଛନ୍ତି। ଏହାପରେ ପୁଣି ଏହି ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଜୋର୍‌ ଧରିଲା। ବିଜେପିର ବହୁ ନେତା ସେମାନଙ୍କ ମୂଳ ଅଭିଯୋଗକୁ ଦୋହରାଇଲେ। ଏହା ଭିତରେ ଦୀପାଳି ମଧ୍ୟ ରାଜ୍ୟ ସରକାର ସିବିଆଇ ତଦନ୍ତ କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ କହିଲେ। ଏହାକୁ ଗଣ୍ଠିକଲେ ବିଜେପି ନେତାମାନେ। ଦୀପାଳି ଲେଖିକି ଦେଲେ ସରକାର ସିବିଆଇ ତଦନ୍ତ କରିବେ ବୋଲି ବିଜେପି ନେତାମାନେ କହି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe