ଚନ୍ଦ୍ରପୁରରେ ଯୁବତୀଙ୍କ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ଓ ସାଇନଟିଫିକ ଟିମ୍‌ର ତନାଘନା ଜାରି

Advertisment
ଚନ୍ଦ୍ରପୁରରେ ଯୁବତୀଙ୍କ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ଓ ସାଇନଟିଫିକ ଟିମ୍‌ର ତନାଘନା ଜାରି

ରାୟଗଡା: ଚନ୍ଦ୍ରପୁର ମେଡିକାଲର ମା‘ଗୃହରେ କାର୍ଯ୍ୟରତ ଯୁବତୀ ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁକୁ ନେଇ ତନାଘନା ଆରମ୍ଭ ହୋଇଛି। ପ୍ରଥମେ ପୁଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଚୁପ ବସି ରହିଥିଲା। ପରେ ପରିବାରର ଅଭିଯୋଗ ଏବଂ ବିଜେପିର ରାସ୍ତାରୋକ ଏହି ଘଟଣାର ମୋଡ ବଦଳାଇ ଦେଇଛି। ପୁଲିସକୁ ବାଧ୍ୟ ହୋଇ ଏହାର ତଦନ୍ତ ଆରମ୍ଭ କରିଛି।

ଆଜି ଏହି ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚର ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ୫ ଜଣିଆ ଏକ ଟିମ କରି ଚନ୍ଦ୍ରପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ସାଇନଟିଫିକର ୫ ଜଣିଆ ଟିମ ମଧ୍ୟ ଚନ୍ଦ୍ରପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ଭ୍ରଷ୍ଟାଚାର ବିରୋଧୀ ଟିମ ମଧ୍ୟ ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ଏକ ୧୦ ଜଣିଆ ଟିମ ଚନ୍ଦ୍ରପୁରରେ ପହଞ୍ଚି ସରଜମିନ ତଦନ୍ତରେ ସ୍ବର୍ଗତ ଲକ୍ଷ୍ମୀଙ୍କର ଚାରି ଜଣ ସାଥି କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ଏଥିସହ ଲକ୍ଷ୍ମୀ କାମ କରୁଥିବା ଆଲିସା ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦେଶକ ନୃସିଂହନାଥ ମହାପାତ୍ରଙ୍କୁ ମଧ୍ୟ ଅଟକ ରଖି ପୁଲିସ ପଚରା ଉଚରା କରୁଛି।

publive-image

ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁର ଦିନ ସେ ଅପରାହ୍ନ ଚାରିଟା ବେଳେ ନିଜ ସାଥିଙ୍କ ସହ କଥା ହୋଇ ବାହାରକୁ ଯାଉଛି କାମକୁ ବୋଲି କହିଥିଲେ। ରାତି ୧୦ଟାରେ ତାଂକର ଅର୍ଦ୍ଧ ଦଗ୍ଧ ଶରୀର ମେଡିକାର ପରିତ୍ୟକ୍ତ କଠୋରୀରେ ପଡି ରହିଥିବା ମେଡିକାଲ କର୍ତ୍ତୃପକ୍ଷ ଦେଖିଥିଲେ। ତାଂକୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପୁଲିସର ତଦନ୍ତ ପରେ ହିଁ ଘଟଣାର ପର୍ଦାଫାସ ହୋଇପାରିବ ବୋଲି ଆଲୋଚନା ଜୋର ଧରିଛି। ଲକ୍ଷ୍ମୀ କାହିଁକି ଆତ୍ମହତ୍ୟା କରିବ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଲକ୍ଷ୍ମୀଙ୍କ ଉତ୍ତମ ବ୍ୟବହାରରେ ବେଶ ଖୁସି ଥିଲେ। ତେଣୁ ସେ କେବେ ହେଲେ ଆତ୍ମହତ୍ୟା କରିନଥିବେ ବୋଲି କୁହାଯାଇଛି। ଓଡ଼ିଶା ପୁଲିସ ଉପରେ ବିଜେପିର ବିଶ୍ବାସ ନଥିବାରୁ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ଓ ପରିବାର ଲୋକେ। ଆଜିକୁ ୯ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ହତ୍ୟାକାରୀ ଏବେ ପଦାରେ ବୁଲୁଥିବା ବିଜେପି ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe