ଇନ୍‌ସ୍ପେକ୍ଟର୍‌ ହେବାକୁ ଲକ୍ଷ୍ୟ ରଖିଥିଲେ ଗୋପାଳକୃଷ୍ଣ ଦାସ: ବନ୍ଧୁ ପ୍ରଦୀପ

Advertisment

ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି

ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି

ଗୋପାଳର ମାନସିକ ସମସ୍ୟା ପଛରେ ପଡ଼ିଛି କ୍ରାଇମବ୍ରାଞ୍ଚ! ପରସ୍ପରର ବିରୋଧାଭାଷ କରୁଛି ତଦନ୍ତର ଦିଗ

ବ୍ରହ୍ମପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳିକରି ହତ୍ୟା ଘଟଣାର ଖୋଳତାଡ଼ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ। ଆଜି ତୃତୀୟ ଦିନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୋପାଳଙ୍କ କଲେଜ ସମୟର ବନ୍ଧୁ ତଥା ଆଇନଜୀବୀ ପ୍ରଦୀପ ବେହେରାଙ୍କୁ ବିଭିନ୍ନ ଦିଗ ଉପରେ ପ୍ରଶ୍ନ ପଚାରିଛି। ଆଇନଜୀବୀ ପ୍ରଦୀପ କ୍ରାଇମ୍‌ବ୍ରାଞ୍ଚକୁ ସହଯୋଗ କରିବା ସହିତ ସେ ଗୋପାଳଙ୍କ ବିଷୟରେ ଯାହା ଜାଣିଥିଲେ ତାହା କହିଥିବା ସୂଚନା ମିଳିଛି। ଅନ୍ୟପଟେ ଗୋପାଳଙ୍କ ବଡ଼ଭାଇ ସତ୍ୟନାରାୟଣ ଦାସ ବର୍ତ୍ତମାନ ସୁଦ୍ଧା କ୍ରାଇମ୍‌ବ୍ରାଞ୍ଚ ହେପାଜତରେ ରହିଛନ୍ତି। ତାଙ୍କୁ ଛଡ଼ାଯାଇ ନାହିଁ। ତେବେ ତାଙ୍କୁ କେଉଁ ସ୍ଥାନରେ ରଖାଯାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ।

କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଦୁଇଦିନ ଧରି ଅଭିଯୁକ୍ତ ଗୋପାଳଙ୍କ ପରିବାବର୍ଗଙ୍କୁ ବିଭିନ୍ନ ଦିଗ ଉପରେ ଜେରା କରିଥିଲା। ଗୋପାଳଙ୍କ ବଡ଼ଭାଇ, ପତ୍ନୀ, ପୁତୁରା ଓ ଗାଁର ୩ଜଣଙ୍କ ବୟାନ୍‌ ନେଇଛି କ୍ରାଇମ୍‌ବ୍ରାଞ୍ଚ। ଏହା ସହିତ ଗୋପାଳଙ୍କ ଚିକିତ୍ସା ସମ୍ପର୍କିତ ସମସ୍ତ ମେଡିକାଲ ରିପୋର୍ଟ ଏବଂ ପ୍ରେସ୍‌କ୍ରିପସନ୍‌ ମଧ୍ୟ ସଂଗ୍ରହ କରାଯାଇଛି। ତତ୍‌ସହିତ ଗୋପାଳଙ୍କୁ ଚିକିତ୍ସା କରିଥିବା ଏମ୍‌କେସିଜି ବଡ଼ ଡାକ୍ତରଖାନା ମାନସିକ ରୋଗ ବିଭାଗର ପ୍ରଫେସରଙ୍କୁ ମଧ୍ୟ ବିଭିନ୍ନ ଦିଗ ଉପରେ ପ୍ରଶ୍ନ ପଚାରିଥିଲା। ଆଜି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୋପାଳଙ୍କ ବନ୍ଧୁଙ୍କୁ ପଚରାଉଚରା ଆରମ୍ଭ କରିଛି।। ଗୋପାଳଙ୍କ ବନ୍ଧୁ ତଥା ଆଇନଜୀବୀ ପ୍ରଦୀପଙ୍କୁ କ୍ରାଇମ୍‌ବ୍ରାଞ୍ଚର ଡାକାରା ହୋଇଥିଲା। ଇଂଜିୟନିରିଂ ସ୍କୁଲ ଛକ ସ୍ଥିତ ରାଜସ୍ବ ଡାକବଙ୍ଗଳାରେ କ୍ରାଇମ୍‌ବ୍ରାଞ୍ଚର ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍‌ ତାଙ୍କୁ ବିଭିନ୍ନ ଦିଗ ଉପରେ ପ୍ରଶ୍ନ ପଚାରିଥିଲେ।

ଆଇନଜୀବୀ ପ୍ରଦୀପ କଲେଜ ସମୟରେ ଗୋପାଳଙ୍କ ସହ ପାଠ ପଢ଼ୁଥିବା ନେଇ ପୂର୍ବରୁ ଗଣମାଧ୍ୟମ ଆଗରେ କହିଥିଲେ। ଏଣୁ ପାଠପଢ଼ା ସମୟରେ ଗୋପାଳଙ୍କ ଆଚାର ବ୍ୟବହାର କେମିତି ଥିଲା ?, ସେ ହଠାତ୍‌ ରାଗୁଥିଲେ କି ?, ତାଙ୍କ ସହିତ କାହାର ଶତ୍ରୁତା ଥିଲା କି ?, ତାଙ୍କ ସହ ଆଉ କେଉଁମାନେ ସାଙ୍ଗ ରହିଥିଲେ, ତାଙ୍କର ମାନସିକ ରୋଗ କ’ଣ ଥିଲା କି? ଏଭଳି ବିଭିନ୍ନ ଦିଗ ଉପରେ କ୍ରାଇମ୍‌ବ୍ରାଞ୍ଚ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି। ଗୋପାଳଙ୍କ ସେଭଳି କୌଣସି ମାନସିକ ସମସ୍ୟା ନଥିଲା। ସେ ଜଣେ ଭଲ ଫୁଟବଲ୍‌ ଖେଳାଳି ଥିଲେ। ସେ ଜଣେ ଅନ୍ତର୍ଜାତୀୟସ୍ତରର ଖେଳାଳି ହେବାକୁ ଇଚ୍ଛା ରଖିବା ସହିତ ପୁଲିସ ଇନ୍‌ସ୍ପେକ୍ଟର୍‌ ହେବା ତାଙ୍କର ଲକ୍ଷ୍ୟ ରହିଥିଲା ବୋଲି ଆଇନଜୀବୀ ପ୍ରଦୀପ କ୍ରାଇମ୍‌ବ୍ରାଞ୍ଚ ଆଗରେ କହିଥିବା ସୂଚନା ମିଳିଛି। ଆସନ୍ତାକାଲି ଗୋପାଳଙ୍କ ଆଉ ଜଣେ ବନ୍ଧୁଙ୍କୁ କ୍ରାଇମ୍‌ବ୍ରାଞ୍ଚ ଜେରା କରିବ ବୋଲି କୁହାଯାଉଛି। ବଡ଼ଭାଇ ସତ୍ୟନାରାୟଣ ବର୍ତ୍ତମାନ ସୁଦ୍ଧା ଘରକୁ ଫେରି ନାହାନ୍ତି। ଏଣୁ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇ କ୍ରାଇମ୍‌ବ୍ରାଞ୍ଚ ଜେରା କରୁଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe