ପରୀ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତକୁ କ୍ରାଇମ୍ ବ୍ରାଞ୍ଚର ନା

ପରୀ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତକୁ କ୍ରାଇମ୍ ବ୍ରାଞ୍ଚର ନା

ନୂଆଦିଲ୍ଲୀ: ପରୀ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତର ଆବଶ୍ୟକତା ନ ଥିବା ଦର୍ଶାଇ ରାଜ୍ୟ ପୁଲିସ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଏହି ମାମଲାର ତଦନ୍ତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍ (ଏସ୍‌ଆଇଟି) ଦ୍ୱାରା ବୃତ୍ତିଗତ ରୂପେ କରାଯାଇଥିବାର ସତ୍ୟପାଠରେ ଦର୍ଶାଯାଇଛି । ମାମଲାର ତଦନ୍ତକୁ ନେଇ ଏସ୍‌ଆଇଟି ଦ୍ୱାରା ତଥ୍ୟ, ପ୍ରମାଣ ଏବଂ ସାକ୍ଷ୍ୟର ବିବରଣୀ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ସତ୍ୟପାଠରେ ମୁଖ୍ୟ ଅଭିଯୁକ୍ତ ସରୋଜ କୁମାର ସେଠୀକୁ ଗିରଫ୍ କରାଯିବା ସହିତ ୩୭୬ଏ, ୩୭୬ଏବି, ୩୬୪, ୩୦୨, ୨୦୧ ଧାରା ଅନ୍ତର୍ଗତ ଅଭିଯୋଗ ଫର୍ଦ ଦାଖଲ କରାଯାଇ ଟ୍ରାଏଲ ଆରମ୍ଭ କରାଯାଇଥିବାର ଉଲ୍ଲେଖ କରାଯାଇଛି। ଏସଆଇଟି ଦ୍ୱାରା ଏହି ମାମଲାର ତଦନ୍ତ ବେଳେ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିବାର ସତ୍ୟପାଠରେ କୁହାଯାଇଛି ତଥା ବାବୁଲି ନାୟକଙ୍କ ଏହି ମାମଲାରେ ସମ୍ପୃକ୍ତି ଥିବାର କୌଣସି ପ୍ରମାଣ ମିଳି ନଥିବା କଥା ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏଥିସହ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଏହି ହତ୍ୟାକାଣ୍ଡ ଘଟଣାକୁ ନିୟମିତ ଭାବେ ତଦାରଖ କରାଯାଉଥିଲା ବୋଲି ସତ୍ୟପାଠରେ ଦର୍ଶାଯାଇଛି। ତେଣୁ ଆଉ କୌଣସି ତଦନ୍ତର ଆବଶ୍ୟକତା ନ ଥିବାର ସତ୍ୟପାଠରେ କୁହାଯାଇଛି।

ସୁପ୍ରିମକୋର୍ଟରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଦାଖଲ କରାଯାଇଥିବା ୯୪ ପୃଷ୍ଠାର ସତ୍ୟପାଠରେ ପରୀର ମା’ ସୌଦାମିନୀ ସାହୁଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିଟ୍ ପିଟିସନ୍‌କୁ ଖାରଜ୍ କରିବା ପାଇଁ ନିବେଦନ କରାଯାଇଛି। ଉଲ୍ଲେଖଯୋଗ୍ୟ, ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି ସୌଦାମିନୀ ସାହୁ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe