ଗୋପାଳପୁରରେ କ୍ରାଇମ୍‌ବ୍ରାଞ୍ଚର ତନାଘନା: ୬ ଅଭିଯୁକ୍ତଙ୍କୁ ଜେରା, ଘଟଣାସ୍ଥଳରେ ତଦନ୍ତ

Advertisment

ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଗତକାଲି ରାତିରେ ଏକ ଟିମ୍ ପହଞ୍ଚି ୬ ଜଣ ଅଭିଯୁକ୍ତଙ୍କୁ ଜେଲ୍ ଯିବା ପୂର୍ବରୁ ପଚରାଉଚରା କରିଥି‌ଲେ।

ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଗତକାଲି ରାତିରେ ଏକ ଟିମ୍ ପହଞ୍ଚି ୬ ଜଣ ଅଭିଯୁକ୍ତଙ୍କୁ ଜେଲ୍ ଯିବା ପୂର୍ବରୁ ପଚରାଉଚରା କରିଥି‌ଲେ।

crime branch

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଗତକାଲି ରାତିରେ ଏକ ଟିମ୍ ପହଞ୍ଚି ୬ ଜଣ ଅଭିଯୁକ୍ତଙ୍କୁ ଜେଲ୍ ଯିବା ପୂର୍ବରୁ ପଚରାଉଚରା କରିଥି‌ଲେ। ଏହାସହ କଲେଜ ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁଙ୍କଠାରୁ ଘଟଣା ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ଆଜି କ୍ରାଇମବ୍ରାଞ୍ଚ୍ ଆଇଜି ଏସ୍.ସାଇନିଙ୍କ ସମେତ ଚାରିଜଣିଆ ଟିମ୍ ପୀଡ଼ିତା ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁଙ୍କ ସହ ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ବ୍ରହ୍ମପୁର ଟାଉନ୍ ଏସ୍‌ଡିପିଓ ଉପସ୍ଥିତ ଥିଲେ। ଏହାପରେ ଗୋପାଳପୁର ଥାନାକୁ ଯାଇ ଥାନାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅପରାହ୍‌ଣରେ ପୁଣି କ୍ରାଇମ୍‌ବ୍ରାଞ୍ଚର ଅନ୍ୟ ଏକ ୩ ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ଏହି ଟିମ୍‌ ଗୋପାଳପୁର ଥାନାଧିକାରୀଙ୍କ ଠାରୁ ସବୁ ତଥ୍ୟ ସଂଗ୍ରହ କରିବା ସହ ପୀଡ଼ିତା ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ କରିଥିଲେ। ସେହିପରି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ମଧ୍ୟ ଆଜି ଗୋପାଳପୁର ଥାନାରେ ପହଞ୍ଚି ସମଗ୍ର ମାମଲା ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି।

ପୀଡ଼ିତା ଓ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ

ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ: ଖଣି ମନ୍ତ୍ରୀ

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ଆଜି ରାଜ୍ୟ ବାଣିଜ୍ୟ, ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହାପରେ ବ୍ରହ୍ମପୁରରେ ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି, ଏହି ଘଟଣା ଅମାବନୀୟ, ନିନ୍ଦନୀୟ ଓ ଦୁଃଖଦାୟକ। ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ‌ଗୁରୁତ୍ବର ସହ ଗ୍ରହଣ କରି ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚ ଦେଇଛନ୍ତି। ଅପରାଧୀମାନେ ୨୪ ଘଣ୍ଟା ଭିତରେ ଗିରଫ ହୋଇଛନ୍ତି। କିନ୍ତୁ ନ୍ୟାୟିକ ତଦନ୍ତକୁ କିଭଳି ତ୍ବରାନ୍ବିତ କରାଯିବ ଏଥିପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦୋଷୀଙ୍କୁ ନିଶ୍ଚିତ ଭାବରେ କ‌ଠୋର ଦଣ୍ଡ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଏଭଳି ସ୍ପର୍ଶକାତର ଘଟଣାକୁ ନେଇ ବିରୋଧୀମାନେ ରାଜନୀତି କରିବା ଅନୁଚିତ। ବରଂ ସେମାନେ ପୀଡ଼ିତାଙ୍କ ପ୍ରତି ସମ୍ବେଦନଶୀଳ ହୋଇ ତଦନ୍ତରେ ପ୍ରଶାସନକୁ ସହଯୋଗ କରିବା ଦରକାର। ପୂର୍ବ ସରକାର ଆଇନ ତା’ବାଟରେ ଯିବ କହି ଘଟଣାକୁ କେହି ସ୍ବୀକାର କରୁ ନଥିଲେ। ରାଜ୍ୟରେ ବିଜେପି ସରକାର ଆସିବା ପରେ ମହିଳା ଅପରାଧ ମାମଲାର ତଦନ୍ତ ଜାତୀୟ ଅପରାଧ ବ୍ୟୁରୋ ନିୟନ୍ତ୍ରଣାଧୀନ ସିଏଡବ୍ଲ୍ୟୁ ଦ୍ବାରା କରାଯାଉଛି। ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରଙ୍କ ଅମଳରେ ବ୍ଲୁଫ୍ଲାଗ୍ ପାଇଁ ଅନୁମତି ଦିଆଯାଇଥିଲା। ମଦ ବିକ୍ରି ପାଇଁ ଅନୁମତି ଦିଆଯିବା ସହ କ୍ୟାବିନ୍ ନିର୍ମାଣ ହୋଇଥିଲା। ଉକ୍ତ କ୍ୟାବିନ୍ ଭିତରେ ଗଣଦୁଷ୍କର୍ମ ହୋଇଛି। ଆଗାମୀ ଦିନରେ ଉକ୍ତ କ୍ୟାବିନ୍‌ଗୁଡ଼ିକୁ ଉଚ୍ଛେଦ କରାଯିବା ସହ ବେଳାଭୂମିକୁ ଅଧିକ ଆଲୋକୀକରଣ ଦିଗରେ ପଦକ୍ଷେପ ନିଆଯିବ ଏବଂ ପାଟ୍ରୋଲିଂକୁ ବି କଡ଼ାକଡ଼ି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe