ନକଲି ସାର୍ଟିଫିକେଟ ମାମଲା: କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

ନକଲି ସାର୍ଟିଫିକେଟ ମାମଲା: କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

ବଲାଙ୍ଗୀର: ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଆଜି ୫ ଜଣିଆ ଟିମ୍ ଟାଉନ ଥାନାରେ ପ୍ରଥମେ ପହଞ୍ଚି ମାମଲାର ସବୁ ଜବତ କାଗଜପତ୍ର ନିଜ ହାତକୁ ନେଇଛି। ଆଜି କେସ ଦାୟିତ୍ବ ନିଆଯିବ ବୋଲି ଟିମରେ ଆସିଥିବା ଅଧିକାରୀ ସୂଚନା ଦେଇଛନ୍ତି।
ଗତକାଲି ଟିମ ପହଞ୍ଚି ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଥିଲେ। ଆଜି ସକାଳୁ ପ୍ରଥମେ ଟାଉନ ଥାନାକୁ ସେମାନେ ଆସିଥିଲେ।

ବଲାଙ୍ଗୀରରୁ ବାହାରିଥିବା ନକଲି ସାର୍ଟିଫିକେଟ କେଳେଙ୍କାରୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଣାପଡ଼ିଲାଣି । ଏ ଭିତରେ ଘଟଣାକୁ ନେଇ ରାଜନୀତିକରଣ ବି ହୋଇସାରିଛି। ବିରୋଧୀ-ଶାସକ ସହ ବିଭିନ୍ନ ଦଳର ତୁଙ୍ଗନେତାଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ଫଟୋକୁ ନେଇ ବିଧାନସଭାକୁ ପ୍ରସଙ୍ଗ ପହଞ୍ଚିବା ପରେ ରାଜ୍ୟ ସରକାର ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବଲାଙ୍ଗୀର ପୁଲିସ ଗତ ଗୋଟିଏ ସପ୍ତାହ ଧରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୁଖ୍ୟ କାର୍ପଟଦାର ମନୋଜ ମିଶ୍ର ଓ ଆଲୋକ ଉଦ୍‌ଗାତାଙ୍କ ସମେତ ୧୯ ଜଣ ଏବେ ଜେଲ ଭିତରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe