ଚଣ୍ଡିଖୋଲରେ କ୍ରାଇମବ୍ରାଞ୍ଚ ଟିମ୍: ମାନସ ସ୍ବାଇଁଙ୍କ ହତ୍ୟାରେ ବ୍ୟବହୃତ ଜିନିଷ ଜବତ!

Advertisment
ଚଣ୍ଡିଖୋଲରେ କ୍ରାଇମବ୍ରାଞ୍ଚ ଟିମ୍: ମାନସ ସ୍ବାଇଁଙ୍କ ହତ୍ୟାରେ ବ୍ୟବହୃତ ଜିନିଷ ଜବତ!

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲାରେ ବ୍ୟବହାର କରାଯାଇଥିବା ଜିନିଷ ଜବତ ହୋଇଥିବାର ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ଟିମ୍ ଯାଜପୁର ଜିଲ୍ଲାର ଚଣ୍ଡିଖୋଲରୁ କୋଦାଳ, ଗଇଁତି ଓ ଅଖା ବସ୍ତା ଜବତ କରିଛି। ଘଟଣାସ୍ଥଳରୁ ମାନସ ବ୍ୟବହାର କରୁଥିବା ଚପଲ ଅଧାପୋଡ଼ା ଅବସ୍ଥାରେ ମିଳିଛି। ଏପରିକି ମୋବାଇଲ ଇୟର ଫୋନ ବି ଜବତ ହୋଇଥିବା ଜଣାଯାଇଛି। ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ ଏଭଳି କରିଥିବା ପୁଲିସ ଆଗରେ ସତ ଓଗାଳିଛି ଅଭିଯୁକ୍ତ ରାଜ। ଜେରା ସମୟରେ

ସେ ସ୍ବୀକାର କରିଛି ଯେ ଶର୍ମିଷ୍ଠା ରାଉତ ହିଁ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲାରେ ମାଷ୍ଟର ମାଇଣ୍ଡ। ମାନସକୁ ହତ୍ୟା କରିବା ପରେ ପ୍ରମାଣ ଲୁଚାଇବା ପାଇଁ ଚଣ୍ଡିଖୋଲ ଆସିଥିଲେ ଅଭିଯୁକ୍ତ। ଏଥିଲାଗି ଆଜି ରାଜକୁ ଚଣ୍ଡିଖୋଲ ନେଇଥିଲା କ୍ରାଇମବ୍ରାଞ୍ଚ।

ସୂଚନା ଅନୁଯାୟୀ ଚାନ୍ଦବାଲି ପଳାଶପୁରରୁ ଫେବ୍ରୁଆରି ୭ ତାରିଖରେ ମାନସ ସ୍ବାଇଁଙ୍କୁ ଅପହରଣ କରିବା ପରେ ଭୁବନେଶ୍ବର ସୁନ୍ଦରପଦାର ଦୟାଲ୍‌ ଆଶ୍ରମରେ ହତ୍ୟା କରି ୮ ତାରିଖରେ ନୟାଗଡ଼ ରଣପୁର ଥାନା ବଧିପାଟଣାରେ ପାହାଡ଼ପାର୍ଶ୍ବରେ ପୋତି ଦେଇଥିଲେ। ତାପରେ ପ୍ରମାଣ ଲୁଚାଇବା ପାଇଁ ଚଣ୍ଡିଖୋଲରେ ମାନସ ସ୍ବାଇଁଙ୍କ ହତ୍ୟା ମାମଲାରେ ବ୍ୟବହାର କରାଯାଇଥିବା ଜିନିଷକୁ ଫିଙ୍ଗାଯାଇଥିଲା।

ତେବେ ନୟାଗଡ଼ରେ ହୋଇଥିବା ମାନସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ କୌଣସି କଠିନ ଓ ଦନ୍ଥରା ବସ୍ତୁରେ ମାଡ଼ ହୋଇଛି। ତାଙ୍କ ପଞ୍ଜରା ହାଡ଼ ଏକାଧିକ ସ୍ଥାନରେ ଭାଙ୍ଗିଯାଇଛି। ମାଡ଼ ହେବା ପରେ ଶରୀର ଭିତରେ ଓ ବାହାରେ କ୍ଷତ ସୃଷ୍ଟି ହୋଇଥିଲା। ମରିବା ପୂର୍ବରୁ ତାଙ୍କୁ ମାଡ଼ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe