ଆଇଟିଆର୍‌ ତଥ୍ୟ ଚୋରି ମାମଲା: ଚାନ୍ଦିପୁରରେ କ୍ରାଇମବ୍ରାଞ୍ଚ ଟିମ୍‌ର ଛାନ୍‌ଭିନ୍

Advertisment

ଠିକା କର୍ମଚାରୀ, ମାଛ ବ୍ୟବସାୟୀଙ୍କୁ ଜେରା

ଠିକା କର୍ମଚାରୀ, ମାଛ ବ୍ୟବସାୟୀଙ୍କୁ ଜେରା

ଚାନ୍ଦିପୁର ଆଇଟିଆର୍‌ ତଥ୍ୟ ଚୋରି ମାମଲା: ଟଙ୍କା କାରବାରରେ ଆଉ ଜଣେ ଯୁବତୀ

The Economic Times

ବାଲେଶ୍ବର : ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌) ଗୁପ୍ତତଥ୍ୟ ଚୋରି ମାମଲାରେ ଜୋରଦାର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍‌। ଗତ ୪ ଦିନ ହେଲା ଚାନ୍ଦିପୁରରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଆଇଟିଆର୍‌ର କିଛି ଠିକା କର୍ମଚାରୀଙ୍କୁ ଡାକି ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିବା ସହ ସେମାନେ କେତେବେଳେ ଆସୁଛନ୍ତି ଏବଂ ବାହାରକୁ ଯାଉଛନ୍ତି, ଆଇଟିଆର୍‌ରେ ସେମାନେ କରୁଥିବା କାମ ବିଷୟରେ ପଚାରି ବୁଝିଛନ୍ତି। ଏଥିସହ ସେମାନଙ୍କର ମୋବାଇଲ ଫୋନ୍‌ଗୁଡ଼ିକୁ ସାଇବର ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ୍‌ କରାଯାଉଛି। ଗତକାଲି ସ୍ଥାନୀୟ ଅଞ୍ଚଳର ଜଣେ ମାଛ ବ୍ୟବସାୟୀଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଦୀର୍ଘ ସମୟ ଧରି ଗୁଡ଼େଇତୁଡ଼େଇ ଜେରା କରିଥିବା ଜଣାପଡ଼ିଛି।

ସୂଚନାଥାଉକି, ପ୍ରତିରକ୍ଷା ତଥ୍ୟ ଲିକ୍ ମାମଲାରେ ଚାନ୍ଦିପୁର ଆଇଟିଆର୍‌ର ୪ ଜଣ ଠିକା କର୍ମଚାରୀ ଓ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ବାଲେଶ୍ବର ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ପୁଲିସ ସେପ୍‌ଟେମ୍ବର ୧୪ ତାରିଖ ବିଳମ୍ବିତ ରାତିରେ ଗିରଫ କରିଥିଲା। ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ୍‌ ନେବା ପରେ ୧୮ ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି। ଗିରଫ ସମୟରେ ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଥିବା ମୋବାଇଲ, ଲାପଟପ୍‌, ହ୍ବାଟସ୍ ଆପ୍ ଚାଟିଂ ଆଧାରରେ କ୍ରାଇମବ୍ରାଞ୍ଚ ହାତରେ ଅନେକ ତଥ୍ୟପ୍ରମାଣ ଲାଗିଛି। ଏମିତିକି ଅଭିଯୁକ୍ତମାନଙ୍କୁ ହନିଟ୍ରାପ୍‌ରେ ଫସାଇଥିବା ପାକିସ୍ତାନୀ ମହିଳାଙ୍କ ଫଟୋ, ମୋବାଇଲ୍‌ ନମ୍ବର, ବ୍ୟାଙ୍କ୍‌ ଆକାଉଣ୍ଟର ସୁରାକ୍‌ ପାଇସାରିଛି କ୍ରାଇମବ୍ରାଞ୍ଚ। ଭୁବନେଶ୍ବରସ୍ଥିତ ଫରେନସିକ୍ ଲାବୋରେଟୋରିରେ ଅଭିଯୁକ୍ତମାନଙ୍କ ଲାପଟପ୍ ଓ ମୋବାଇଲକୁ ଯାଞ୍ଚ କରାଯାଉଛି। ବିଶେଷ କରି ଯେଉଁ ମୋବାଇଲରୁ ପ୍ରତିରକ୍ଷା ସଂପର୍କିତ ତଥ୍ୟ ଯାଇଛି, ସେହି ମୋବାଇଲର ଆଇପି ଆଡ୍ରେସ୍‌କୁ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe