ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: କ୍ରାଇମ୍‌ବ୍ରାଞ୍ଚ କରିବ ତଦନ୍ତ

Advertisment

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଓ ବିରଜା ହାଟରେ ହୋଇଥିବା ହାତାହାତି ଘଟଣାରେ ଯାଜପୁର ପୁଲିସ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି। ଏହି ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି।

Updated On

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଓ ବିରଜା ହାଟରେ ହୋଇଥିବା ହାତାହାତି ଘଟଣାରେ ଯାଜପୁର ପୁଲିସ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି। ଏହି ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
Himansu Sahu

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବ। ରାଜ୍ୟ ସରକାର ଆଜି ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ପାଇଁ ଡିଏସ୍‌ପିଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ୍‌ ଗଠନ ହୋଇଛି। ଏହି ଟିମ୍‌ ୩ଟି ଏତଲା ଉପରେ ତଦନ୍ତ କରିବ। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଥାନା ଘେରାଉ ଘଟଣା ଏଥିରେ ସାମିଲ ରହିଛି। 

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଓ ବିରଜା ହାଟରେ ହୋଇଥିବା ହାତାହାତି ଘଟଣାରେ ଯାଜପୁର ପୁଲିସ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି। ଏହି ମାମଲାରେ ପ୍ରଥମେ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପରେ ଆଉ ୮ଜଣ ଗିରଫ ହୋଇଛନ୍ତି। ପୁଲିସ ନିଜ ଆଡୁ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଅନ୍ୟ ଦୁଇଟି ମାମଲା ମଧ୍ୟ ରୁଜୁ ହୋଇଛି। ରୁଜୁ ହୋଇଥିବା ସମସ୍ତ ମାମଲାରେ ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସ (ବବି)ଙ୍କ ଭାଇ ଭବପ୍ରସାଦ ଦାସ (ଲଲ)ଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଫଳରେ ଭବଙ୍କ ଅଡୁଆ ବଢ଼ିବାରେ ଲାଗିଥିଲା। ସେହିଭଳି ବବିଙ୍କ ଅନ୍ୟ ଜଣେ ଭାଇ ବଳଭଦ୍ର ଦାସ ଓ ଯାଜପୁର ପୌର ପରିଷଦର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ଏହାମଧ୍ୟରେ ଯାଜପୁରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଗତକାଲିଠାରୁ ଆଜି ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାକ୍ରମରୁ ବବିଙ୍କ ଭାଇ ଭବଙ୍କୁ ପୁଲିସ ଗିରଫ କରିବ ବୋଲି ଆଶଙ୍କା କରାଯାଉଥିଲା। 

ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ମାମଲାରେ ପ୍ରଥମେ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପରେ ଆଉ ୮ଜଣ ଗିରଫ ହୋଇଛନ୍ତି। ପୁଲିସ ନିଜ ଆଡୁ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଅନ୍ୟ ଦୁଇଟି ମାମଲା ମଧ୍ୟ ରୁଜୁ ହୋଇଛି।

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ସାମନାକୁ ଆସି ଭବ ବିବାଦୀୟ ହୋଇପଡିଥିଲେ। ଏପରିକି ଆକ୍ରମଣ ପରେ ସେ ବିଧାୟକଙ୍କୁ ଫୋନ କରି କ୍ଷମା ପ୍ରାର୍ଥନା କରିଥିଲେ। ସେଦିନ ରାତିରେ ସେ ଥାନା ଘେରାଉକୁ ସମର୍ଥନ କରିବା ସହ ଗତ ଗୁରୁବାର ଦିନ ବିରଜା ହାଟକୁ ବ୍ୟବସାୟ ପାଇଁ ଆସିଥିବା ଚାଷୀ ଓ ବ୍ୟବସାୟୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଭବ ଓ ତାଙ୍କ ସମର୍ଥକମାନେ ଚାଷୀ ଏବଂ ବ୍ୟବସାୟୀଙ୍କ ବିକ୍ରୟ ସାମଗ୍ରୀ ପନିପରିବା, ଝୁଡ଼ି, ଓଜନ କଣ୍ଟାକୁ ଫିଙ୍ଗାଫୋପଡ଼ା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ବହୁସଂଖ୍ୟାରେ ଏକତ୍ରିତ ହୋଇଥିବାରୁ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିଲା।

ଭବଙ୍କ ସହଯୋଗୀମାନେ ଯାଜପୁର-ବିଂଝାରପୁର ରାସ୍ତା ଅବରୋଧ କରି ନାରାବାଜି କରିଥିଲେ। ଏହି ଘଟଣାରେ ଚାଷୀ ମଦନମୋହନ ନାୟକ ଓ ଗୋବିନ୍ଦ ସାହୁ ଥାନାରେ ଦୁଇଟି ପୃଥକ ଅଭିଯୋଗ କରିଛନ୍ତି। ସେହିପରି ରାସ୍ତାରୋକ ଓ ଥାନା ଘେରାଉ ମାମଲାରେ ପୁଲିସ ପକ୍ଷରୁ ଏଏସ୍ଆଇ ପ୍ରମୋଦ କୁମାର ବେହେରା ଏବଂ ଏସ୍ଆଇ ତୃପ୍ତିମୟୀ ରାଉତ ଲିଖିତ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଭବଙ୍କ ସମେତ ଯାଜପୁର ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ଭବଙ୍କ ଭାଇ ବଳଭଦ୍ର ଦାସଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ସମସ୍ତ ମାମଲାରେ ଭବଙ୍କ ନାମ ଥିବାରୁ ତାଙ୍କର ଗିରଫଦାରୀ ଆଶଙ୍କା ବଢ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe