ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦେଶ, ଟୁଇଟ୍ କରି ସୂଚନା ଦେଲେ ପୁଲିସ୍ ମହାନିର୍ଦେଶକ

ଆଦିତ୍ୟ ମୃତ୍ୟୁ ମାମଲା, ଜେରା ହେବେ ଓଏଏସ୍‌ ଅଫିସର୍‌!

ଭୁବନେଶ୍ବର: ସାମାଜିକ କର୍ମୀ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଛି। ଏ ନେଇ ପୁଲିସ୍ ମହାନିର୍ଦେଶକ ଅଭୟ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଗତକାଲି ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଜାତୀୟ ମାନବ ଅଧିକାର କମିସନ ଭୁବନେଶ୍ବର ପୁଲିସ କମିସନଙ୍କୁ ନୋଟିସ୍ କରିଛନ୍ତି ।  ଜୁଲାଇ ୨୪ ତାରିଖ ଦିନ ଜାତୀୟ ମାନବ ଅଧିକାର କମିସନରେ ସୁପ୍ରିମ୍ କୋର୍ଟ ଓକିଲ ତଥା ସମାଜସେବୀ ରାଧାକାନ୍ତ ତ୍ରିପାଠୀ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଆଦିତ୍ୟ ଦାସଙ୍କର ମୃତ ଦେହ ଜୁଲାଇ ୭ ତାରିଖ ଦିନ ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଥିଲା। ଏହାପରେ ତାଙ୍କର ମୃତ୍ୟୁ ଘଟଣାର ତଦନ୍ତ ସରକାରୀ ରେଳ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହା ଅପମୃତ୍ୟୁ ନୁହେଁ, ହତ୍ୟା ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଥିଲା। ଜିଅଆରପି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ପୁଲିସ ମହାମହାନିର୍ଦେଶକ ଅଭୟ ଘଟଣାର ତଦନ୍ତ ଭାର ରାଜ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି।

ତା’ଛଡ଼ା ସୋସାଲ ମିଡିଆରେ ଖୁବ୍ ସକ୍ରିୟ ଥିବା ଆଦିତ୍ୟ ଦାସ ମୋଟିଭେସନାଲ ସ୍ପିକର ଭାବେ ବି ଖୁବ୍ ଲୋକପ୍ରିୟ ଥିଲେ। ଗତ ଜୁନ୍ ମାସରେ କଟକର ଖପୁରିଆରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ। ବିବାହର ମାସକ ନ ପୂର୍ବରୁ ସେ କାହିଁକି ଆତ୍ମହତ୍ୟା କଲେ, ତାହାକୁ ନେଇ ସନ୍ଦେହ ଉପୁଜିଛି।

ଜୁଲାଇ ୭ ତାରିଖ ଦିନ ଲିଙ୍ଗରାଜ ‌ ଷ୍ଟେସନ ନିକଟ ରେଳଧାରଣା ଉପରେ ମାନବ ଅଧିକାର କର୍ମୀ ତଥା ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ପୁଲିସ ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ଜାଣି ପାରି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଅପରାଧୀଙ୍କ ଗିରଫଦାରୀ, ସତ୍ୟ ଉନ୍ମୋଚନ ଓ ମୃତ୍ୟୁ ରହସ୍ୟ ଖୋଲିବାରେ ପୁଲିସ, ଗୁଇନ୍ଦା ଏବଂ ରାଜ୍ୟ ଆଇନଶୃଙ୍ଖଳା୍ ବ୍ୟବସ୍ଥାର ଭୂମିକା ଥିବାରୁ ଏଥିରେ ବିଳମ୍ବ ହେବା ସନ୍ଦେହ ସୃଷ୍ଟି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe