ରାଜଧାନୀରୁ ସାପବିଷ ଜବତ ହେବା ଘଟଣା: କ୍ରାଇମ୍‌ବ୍ରାଞ୍ଚ କରିବ ତଦନ୍ତ

Advertisment
ଜାଲ୍‌ ସାର୍ଟିଫିକେଟ୍ କେଳେଙ୍କାରୀ: ୪୧ ଅନୁଷ୍ଠାନ ସହ ଯୋଗାଯୋଗ କରି କ୍ରାଇମବ୍ରାଞ୍ଚର ଛାନଭିନ୍‌

ଭୁବନେଶ୍ବର : ରାଜଧାନୀରୁ ସାପବିଷ ଜବତ ହେବା ଘଟଣାର ତଦନ୍ତଭାର ନେଇଛି କ୍ରାଇମ୍‌ବ୍ରାଞ୍ଚ। ଗତ ମାର୍ଚ୍ଚ ୨୭ ତାରିଖରେ ଚୋରାଚାଲାଣ ବେଳେ ବନ ବିଭାଗ ରାଜଧାନୀ‌ରୁ ମୋଟ ୧.୬ ଲିଟର ସାପବିଷ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଥିଲା। ମାତ୍ର ସାପବିଷ କେଉଁଠୁ ସଂଗ୍ରହ କରାଗଲା, କେଉଁଠାକୁ ଚାଲାଣ ହୋଇଥା’ନ୍ତା, ସେ ବିଷୟରେ ବନବିଭାଗକୁ ଅଧିକ ତଥ୍ୟ ମିଳି ପାରିନଥିଲା। ଏନେଇ ଅଧିକ ତଦନ୍ତର ଆବଶ୍ୟକତା ଥିବାରୁ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତଭାର ଦେବା ପାଇଁ ବନବିଭାଗ ଚିଠି ଲେଖି ସରକାରଙ୍କୁ ଅନୁରୋଧ କରିଥିଲା। ବନବିଭାଗର ଆବେଦନ ଅନୁଯାୟୀ ସରକାର ଗତ ଏପ୍ରିଲ ୮ ତାରିଖରେ କ୍ରାଇମବ୍ରାଞ୍ଚକୁ ଏ ସଂକ୍ରାନ୍ତରେ ଚିଠି ଲେଖିଥିଲେ। ଆଜି କ୍ରାଇମ୍‌ବ୍ରାଞ୍ଚ ଏହି ତଦନ୍ତଭାର ହାତକୁ ନେଇଛି। ଫଳରେ ସାପବିଷ ଚୋରା ଚାଲାଣରେ ଜଡ଼ିତ ଏକ ବଡ଼ ରୢାକେଟ୍‌ର ଖୁବ୍‌ଶୀଘ୍ର ପର୍ଦାଫାସ ହେବ ବୋଲି କୁହାଯାଉଛି।

ଅପରପକ୍ଷରେ ଜବତ ହୋଇଥିବା ପଦାର୍ଥ ପ୍ରକୃତରେ ସାପ ବିଷ ନା ଅନ୍ୟ କିଛି, ତାହା ପ୍ରମାଣ କରିବାରେ ବନ ବିଭାଗ ବିଫଳ ହୋଇଛି। ଓୟୁଏଟି ଲ୍ୟାବ୍‌ରେ ସାପବିଷ ପରୀକ୍ଷଣ ପାଇଁ ଉଦ୍ଦିଷ୍ଟ ପରୀକ୍ଷାଗାର ନଥିବାରୁ ଏହାକୁ ଗତ ୬ ତାରିଖରେ କୋଲ୍‌କତାସ୍ଥିତ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା। ପରେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସକୁ ନମୁନା ପରୀକ୍ଷଣ ପାଇଁ ଦିଆଯାଇଥିଲା। ନିଜେ ଡିଏଫ୍‌ଓ ଅଶୋକ ମିଶ୍ର ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ବେଙ୍ଗାଲୁରୁ ଯାଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଏହାର ରିପୋର୍ଟ ଆସିନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe