ହାଇଦର ଖୁବ ଶୀଘ୍ର ଧରାପଡ଼ିବ: କ୍ରାଇମବ୍ରାଞ୍ଚ ଏଡିଜି

ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ହାଇଦର ଖୁବ ଶୀଘ୍ର ଧରାପଡ଼ିବ: କ୍ରାଇମବ୍ରାଞ୍ଚ ଏଡିଜି

କଟକ: ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ହେବା ପରେ ତାକୁ ଧରିବାକୁ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକ ଶେଷ ହେବା ପରେ ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା କହିଛନ୍ତି।

ସେ କହିଛନ୍ତି, ହାଇଦର ଖୁବ ଶୀଘ୍ର ଧରାପଡ଼ିବ। ରାଜ୍ୟର ସମସ୍ତ ଏସପିଙ୍କୁ ଆଲର୍ଟ କରାଯାଇଛି। ଏସଟିଏଫକୁ ସଜାଗ କରାଯାଇଛି  ପ୍ରବେଶ ପ୍ରସ୍ଥାନ ପଥ ଯାଞ୍ଚ ହେଉଛି । ରାଜ୍ୟର ବର୍ଡର, ରେଳପଥ, ରୋଡ ଉପରେ ନଜର ରହିଛି। ଏଥିରେ ୬ଟି ଟିମ୍ ସାମିଲ ଅଛି। ବର୍ତ୍ତମାନ ଯାହା ଲିଡ୍ ଓ କ୍ଲୁ ମିଳିଛି ତାହା ଉପରେ ତଦନ୍ତ ଚାଲିଛି। ହାଇଦରର ପରିବାର ଲୋକଙ୍କୁ ପରେ ଜେରା ହେବ। ପ୍ରଥମ କାମ ଚଢ଼ାଉ କରି ହାଇଦରକୁ ଧରିବା । ଏକ କେସ ରେଜିଷ୍ଟର ହୋଇଛି । ସିଷ୍ଟରଙ୍କ ବୟାନ ରେକର୍ଡ କରାଯିବ। ମେଡିକାଲ ସିସିଟିଭି ଯାଞ୍ଚ ହେବ। ଗତକାଲି ମଞ୍ଚେଶ୍ବରର ଏକ ସ୍ଥାନରେ ଚଢ଼ାଉ ହୋଇଥିଲା। ଧରିବା ପାଇଁ ଯାହା ପଦକ୍ଷେପ ନିଆଯିବା କଥା ନିଆଯାଉଛି।

ସୂଚନାଯୋଗ୍ୟ, ଆଜି ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ କେନ୍ଦ୍ରାଞ୍ଚଳ ଡିଆଇଜି ଓ କ୍ରାଇମବ୍ରାଞ୍ଚ ଏଡିଜି ବୈଠକରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe