ପୁଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧି ବାବୁ ସାହୁ ଆହତ

Advertisment
ପୁଲିସ ଏନ୍‌କାଉଣ୍ଟରରେ  କୁଖ୍ୟାତ  ଅପରାଧି ବାବୁ ସାହୁ ଆହତ

କେନ୍ଦ୍ରାପଡା : ଗତକାଲି ବିଳମ୍ବିତ ରାତିରେ ପୁଲିସ ଏନ୍‌କାଉଣ୍ଟରରେ ବାବୁ ସାହୁ ନାମକ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ତାର ଡାହାଣ ଗୋଡ଼ର ଆଣ୍ଠୁ ତଳକୁ ଗୁଳି ବାଜିଛି। ଗୁରୁତର ଭାବେ ଆହତ ବାବୁ ସାହୁକୁ ଚିକିତ୍ସା ନିମନ୍ତେ ପୁଲିସ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। କେନ୍ଦ୍ରାପଡା ଟାଉନ ଥାନା ଛଘରିଆ-ଇଚ୍ଛାପୁର ରାସ୍ତାରେ ପୁଲିସ ଓ ବାବୁ ଭିତରେ ଗୁଳିବନିନମୟ ହୋଇଥିଲା। ତା’ପାଖରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ ହୋଇଥିବା ଜଣାପଡ଼ିଛି। ବାବୁ ସାହୁ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe